ଜିଲ୍ଲା ସ୍ତରୀୟ ୧୯ତମ ପାତାଳି ମହୋତ୍ସବ ର ଚୁଡାନ୍ତ ପ୍ରସ୍ତୁତି ବୈଠକ ।

0 206

ଉଲୁଣ୍ଡା,୦୬/୦୨(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀମତି ଅନ୍ୟା ଦାଶଙ୍କ ପୈରହିତ୍ୟରେ ଚଳିତ ଫେବୃୟାରୀ ୧୦ ତାରିଖ ଠାରୁ ୧୭ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୧୯ତମ ପାତାଳି ମହୋତ୍ସବ ର ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମେ ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସି ପ୍ରାରମ୍ଭିକ ସୂଚନା ସହ ସ୍ଵାଗତ ସଂଭାଷଣ ପ୍ରଦାନ କରିଥିଲେ। ପାତାଳି ଟ୍ରଷ୍ଟ ର ବରିଷ୍ଠ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପୀଠର ମହାତ୍ମ୍ୟ ବର୍ଣ୍ଣନା କରିବା ସହ ଗତ ବର୍ଷର ଆୟବ୍ୟୟ ର ବିବରଣୀ ପ୍ରଦାନ କରି ଚଳିଡ ବର୍ଷ ପାଇଁ ବ୍ୟୟ ଅଟକଳ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ଶ୍ରୀମତି ଦାଶ ଉକ୍ତ ବୈଠକରେ ଉପସ୍ଥିତ ସମସ୍ତ ଅଧିକାରୀ ଙ୍କୁ ମହୋତ୍ସବ ର ସଠିକ ପରିଚାଳନା ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଆସନ୍ତା କାଲି ସମସ୍ତ ଅଧିକାରୀ ପାତାଳି କ୍ଷେତ୍ରରେ ମିଳିତ ଭାବରେ ପହଞ୍ଚି ତଦାରଖ କରି ସମସ୍ତ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥୁଲେ। ଆଜିର ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ଉଲୁଣ୍ଡା ବିଡିଓ କରିସ୍ମା ବେଶ୍ରା, ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ କୁମାର ପାଣିଗ୍ରାହୀ,ଏଡି ଏଚ୍ ହୃଷିକେଶ ଦାଶ, ଅଗ୍ନିଶମ ଅଧିକାରୀ ଧନଞ୍ଜୟ ମଲ୍ଲିକ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ରମେଶ ଚନ୍ଦ୍ର ସ୍ବାଇଁଙ୍କ ସହ ଜିଲ୍ଲାର ପୋଲିସ ଅଧିକାରୀ, ଜନସ୍ୱାସ୍ଥ୍ୟ, ବିଦ୍ୟୁତ, ଜଙ୍ଗଲ, ପିଡବ୍ଲୁଡି,ଆର୍ ଡି ବିଭାଗର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କ ସମେତ, ପାତାଳି ଟ୍ରଷ୍ଟ ର ସଂପାଦକ ଉତ୍ତର କୁମାର ପାତ୍ର, ଟ୍ରଷ୍ଟ ସଦସ୍ୟ ଦିଲିପ ପାତ୍ର, ମହାଦେବ ସାହୁ, ଜାନକୀ ରାମ ଦେହେରୀ, ନଳିନୀ କାନ୍ତ ବାଘ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.