ଜିଲ୍ଲା ସ୍ତରୀୟ ବିଶ୍ଵ ଦୃଷ୍ଟି ଦିବସ ପାଳିତ ।

0 65

ସୁବର୍ଣ୍ଣପୁର ,୨୧/୧୦(ପିପିଟି) : ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସତ୍ୟବାଦି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଲାପଥର ସୁବର୍ଣ୍ଣପୁର ସଭା ଗୃହ ଠାରେ ବିଶ୍ଵ ଦୃଷ୍ଟି ଦିବସ ଅଧ୍ୟକ୍ଷ ଶ୍ରୀକାନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭା ରେ ଚକ୍ଷୁ ବିଶେଷଜ୍ଞ ଡ଼ାକ୍ତର ଭ1ଗ୍ୟଶ୍ରୀ ପ୍ରଧାନ, ସହକାରୀ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ, ସଂଜୋଜିକା ଅଣ ସଂକ୍ରାମକ ରୋଗ ଗୀତାଞ୍ଜଳୀ ମେହେର ଓ କିଶୋର କୁମାର ସାହୁ ଅଧ୍ୟାପକ ପ୍ରମୁଖ ମଂଚାସୀନ ଥିଲେ l ଅତିଥି ବୃନ୍ଦ ଚକ୍ଷୁ ର ଯତ୍ନ ଉପରେ ବୁଝାଇ ପ୍ରତି ଛ ମାସରେ ନିଶ୍ଚୟ ଚକ୍ଷୁ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନେଇ ନିଜ ନିଜ ଚକ୍ଷୁ ପରୀକ୍ଷା କରିବା, ସୁଷମ ଖାଦ୍ୟ, ନିଶାଦ୍ରବ୍ୟ ରୁ ନିବୃତ ରହିବା,୨୦-୨୦-୨୦ ମେଥଡ ଗ୍ରହଣ କରିବା, ଖରା ସମୟରେ ବାହାରକୁ ଗଲେ କଳା ଚଷମା ବ୍ୟବହାର କରିବା ଉପରେ ପୁଙ୍ଖାନୁପଙ୍ଖ ଆଲୋଚନା କରି ଏକ ସୁସ୍ଥ ସୁନ୍ଦର ସମାଜ ଗଠନ କରିବାରେ ସହାୟକ ହୋଇପାରିବl ଉପରେ ଗୁରୁତ୍ଵା ରୋପ କରିଥିଲେ l ସଂଯୋଜିକା ଅଣ ସଂକ୍ରାମକ ରୋଗ ଗୀତାଞ୍ଜଳୀ ମେହେର ସ୍କୁଲ ଲେଭେଲ ରେ ତମାଖୁ ମୁକ୍ତ ଉପରେ ଆବଶ୍ୟକ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଉକ୍ତ ସଭାରେ ସ୍କୁଲ ର ସମସ୍ତ କର୍ମକର୍ତ୍ତା , ଛାତ୍ର ଛାତ୍ରୀ, ସ୍ବାସ୍ଥ୍ୟ ଅଧିକାରୀ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତି ଥିଲେ। ଉକ୍ତ ସଭାରେ ଅଧ୍ୟାପିକା ଦେବଯାନୀ ମେଶ୍ୱା ଓ ପ୍ରଶାନ୍ତ ମେହେର ସ୍ବାସ୍ଥ୍ୟ ପରିଦର୍ଶକ ସହଯୋଗ କରିଥିଲେ। ଡି ଇ ଓ ଅଶ୍ୱିନୀ ମେହେର ମ୍ୟାଜିକ ପରିଦର୍ଶନ କରି ଛାତ୍ର ଛାତ୍ରୀ ଙ୍କ ର ମନ ମୁଗ୍ଧ କରି ପାରିଥିଲେ।ଶେଷରେ ଅଧ୍ୟାପିକା ପ୍ରତିମା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.