ସୁବର୍ଣ୍ଣପୁର ,୧୩/୦୭(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ଥାନୀୟ ଜ଼ିଲ୍ଲା ତାଲିମ ସଭା ଗୃହ ଠାରେ ଜ଼ିଲ୍ଲା ସ୍ତରୀୟ ବିପର୍ଯ୍ୟୟ ଓ ମହାମାରୀ ତାଲିମ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଦୁର୍ଗlଦତ୍ତ ଦାସ ଙ୍କ ଅଧ୍ୟକ୍ଷତା ରେ ଜ଼ିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋଜ କୁମାର ଅଦାବର, ଜ଼ିଲ୍ଲା ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ପରିବାର କଲ୍ୟାଣ ଡା. ଦୈତ୍ୟ ନାରାୟଣ ପାଢ଼ୀ, ଜ଼ିଲ୍ଲା ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଗୋପାଳ ଚନ୍ଦ୍ର ମଲ୍ଲିକ, ଜ଼ିଲ୍ଲା ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ରୋଗ ନିୟନ୍ତ୍ରଣ ଡା. ରମେଶ ଚନ୍ଦ୍ର ସ୍ୱାଇଁ ଓ ଜ଼ିଲ୍ଲା ପ୍ରୋଗ୍ରାମ ସଂଯୋଜକ ବିଶ୍ୱମ୍ବର ବେହେରା ପ୍ରମୁଖ ମଂଚାସୀନ ଥିଲେ l ଜ଼ିଲ୍ଲା ପ୍ରକଳ୍ପ ଅଧିକାରୀ, ବିଶ୍ୱନାଥ ନାଏକ, ଅତିରିକ୍ତ ଜ଼ିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ଓ ଜ଼ିଲ୍ଲା ଆଶା ସଂଯୋଜକ ତରଣୀସେନ ପ୍ରଧାନ ତାଲିମ ପ୍ରଦାନ କରିଥିଲେ l ଆୟୁଷ ଡାକ୍ତର, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, BPM, ସ୍ୱାସ୍ଥ୍ୟ କର୍ମୀ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୁଖ ମାନେ ବିଭିନ୍ନ ବ୍ଲକ ରୁ ଆସି ତାଲିମ ଗ୍ରହଣ କରି ସେମାନେ ଆଶା ମାନଙ୍କୁ ପୁଣି ତାଲିମ ଦେବେ ଏବଂ ସମାଜ କୁ କିପରି ସଚେତନତା ସୃଷ୍ଟି କରି ବିପର୍ଯ୍ୟୟ ଓ ମହାମାରୀ କବଳରୁ ରକ୍ଷା କରି ସମସ୍ତଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ପ୍ରଦାନ କରିପାରିବା ସେ ଉପରେ ଗୁରୁତ୍ୱ ଦିଆଯାଇଥିଲା l ଜ଼ିଲ୍ଲା ଆଶା ସଂଯୋଜକ ତରଣୀସେନ ପଧାନ ତାଲିମ କାର୍ଯ୍ୟକ୍ରମ କୁ ପୂର୍ଣ୍ଣ ସହଯୋଗ କରିଥିଲେ l ଶେଷରେ ପ୍ରମୋଦ କୁମାର ସାହୁ ସ୍ୱାସ୍ଥ୍ୟ ପରିଦର୍ଶକ ଧନ୍ୟବାଦ ଅର୍ପଣ କରିଥିଲେ l
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ