ବ୍ରହ୍ମପୁର,୧୯/୦୬(ପିପିଟି): ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବ୍ରହ୍ମପୁର ଠାରେ ଜିଲ୍ଲା ପ୍ରଶାସନ ଦ୍ଵାରା ସ୍ଥାନୀୟ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ପଡିଆ ପରିସର ରେ ଆୟୋଜିତ ବିକାଶ ମେଳା ଆଜି ସନ୍ଧ୍ୟା ରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ବିକାଶ ମେଳା ଷ୍ଟଲ ଗୁଡିକରେ ପ୍ରବଳ ଜନ ସମାଗମ ପରିଲକ୍ଷିତ ହୋଇଥିଲା। ଏତଦ୍ ବ୍ୟତୀତ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଚିତ୍ତା କର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯାହା ମଧ୍ୟରେ ଗଞ୍ଜାମ ଜିଲ୍ଲାର ଲୋକକଳା ଘୁଡୁକି ନୃତ୍ୟ, ଓଡ଼ିଶୀ ନୃତ୍ୟ, ରଙ୍ଗବତୀ ନୃତ୍ୟ,ମଡର୍ନ ଡାନ୍ସ,ପଶ୍ଚିମବଙ୍ଗର ପୁରୁଲିଆ ଛଉ ଓ ସୁନାମ ଧନ୍ୟ ଓଡ଼ିଆ କଣ୍ଠଶିଳ୍ପୀ ଶଶାଙ୍କ ଶେଖର ଏବଂ ତାଙ୍କ ଗ୍ରୁପ ଦ୍ଵାରା ସଙ୍ଗୀତ ପରିବେଷଣକୁ ଦର୍ଶକ ମାନେ ଉପଭୋଗ କରିଥିଲେ । ଏହି ଶେଷ ରଜନୀରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା ଉପସ୍ଥିତ ରହି ମେଳାରେ ସ୍ଥାନିତ ଥିବା ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀକୁ ପୁରସ୍କୃତ କରିଥିଲେ । ଜିଲ୍ଲା ସଂସ୍କୃତି ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।