ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ ସଂଗଠନ ଗଠିତ ।

0 215

ମାଲକାନଗିରି, ୧୦/୦୯(ପିପିଟି): ମାଲକାନଗିରି ଜିଲ୍ଲା ପରିଷଦ ସଭାଗୃହରେ ନିର୍ମଣ ଶ୍ରମିକ ମାନଙ୍କୁ ନେଇ ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ସମସ୍ତ ବ୍ଲକରୁ ପ୍ରାୟ ଶତାଧିକ ବ୍ୟକ୍ତି ଯୋଗ ଦେଇଥିଲେ । ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏକ ସଂଘ ଆବଶ୍ୟକତା ଅନୁଭବ କରାଯାଇ ନିର୍ମାଣ ଶ୍ରମିକ ସଂଘ ଗଠନ କରାଯାଇଥିଲା। ସର୍ବସମ୍ମତି କ୍ରମେ ସାମାଜିକ କର୍ମୀ ଦୁର୍ଗା ପ୍ରସାଦ ତ୍ରିପାଠୀଙ୍କୁ ସଭାପତି ରୂପେ ଚୟନ କରାଯାଇଥିବା ବେଳେ ଏରା ପଡିଆମୀ ଙ୍କୁ ସାଧାରଣ ସମ୍ପାଦକ, ମଦନ ହନ୍ତାଳ ଓ ରାଜକିଶୋର ହାତୀ ଙ୍କୁ ଉସଭପତି, ତ୍ରିନାଥ ବଡନାୟକ ଓ ସୁଲତା ପଡିଆମୀଙ୍କୁ ସହ ସମ୍ପାଦକ ଏବଂ କାଳିଦାସ ସଗରିଆ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା।ଏମାନଙ୍କୁ ମିଶାଇ ମୋଟ ୨୧ ଜଣ କାର୍ଯ୍ୟକାରୀ ସଦସ୍ୟ ଭାବେ ଚୟନ କରାଯାଇଥିଲା।ମାଲକାନଗିରି ଜିଲ୍ଲାରେ ଶ୍ରମିକମାନଙ୍କର ସ୍ୱାଭିମାନ ଓ ଅଧିକାର ପାଇଁ ଏହି ସଙ୍ଘ କାମ କରିବ ବୋଲି ଶ୍ରୀ ତ୍ରିପାଠୀ ମତବ୍ୟକ୍ତ କରିଥିଲେ । ଆତି ଶୀଘ୍ର ବ୍ଲକ ଏବଂ ପଞ୍ଚାୟତ ସ୍ତରରେ କମିଟି ଗଠନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ସରକାରଙ୍କର ବିଭିନ୍ନ ଯୋଜନାଗୁଡିକ କିଭଳି ଲୋକଙ୍କ ପାଖରେ ପହଞ୍ଚି ପାରିବ ସେ ଦିଗରେ ସଙ୍ଘ କାର୍ଯ୍ୟ କରିବ ବୋଲି କୁହାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ବୁଦ୍ରା କର୍ତ୍ତାମୀ, ଇର୍ମା ସୋଡି, ସିନେସ ପାଲମଲ, ଶୁକ୍ରା ଗୁରୁତେଲି, ଜଗା ପଡିଆମି,ଭୀମସେନ ପଡିଆମି ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.