ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଶପଥ ପାଠ କାର୍ଯ୍ୟକ୍ରମ ।

0 41

ଛତ୍ରପୁର,୩୦/୧୦(ପିପିଟି):ରାଷ୍ଟ୍ରକୁ ପ୍ରଗତି ପଥରେ ଆଗେଇବା ନିମନ୍ତେ ଦୁର୍ନୀତି ହିଁ ପ୍ରତିବନ୍ଧକ । ଏଣୁ ଦୁର୍ନୀତିର ମୂଳ ଉତ୍ପାଡନ ହେଲେ ଦେଶ ପ୍ରଗତି ପଥରେ ଆଗେଇବ ଏବଂ ବିଶ୍ୱ ଦରବାରରେ ରାଷ୍ଟ୍ରର ସୁନାମ ବଢିବ । ଏଥି ନିମନ୍ତେ ଆଜି ଗଞ୍ଜାମ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ଆରମ୍ଭ କରାଯାଇଛି ଏବଂ ଏହା ଆସନ୍ତା ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଜିଲ୍ଲା ପ୍ରଶାସନ ପକ୍ଷରୀ ଏଥି ନିମନ୍ତେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ମୁଖ୍ୟମନ୍ତ୍ରୀ ଓସ୍ୱାନ ଦ୍ୱାରା ରାଜ୍ୟ ସ୍ତରୀୟ ଉତ୍ସବରେ ଯୋଗ ଦାନ କରି ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କୁ ନାଗରିକଙ୍କ ପାଇଁ ସାଧୁତାର ଶପଥ ପାଠ କରାଇଥିଲେ । ଗଞ୍ଜାମ ଜିଲ୍ଲା ଶପଥ ପାଠ ଉତ୍ସବରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ, ପ୍ରିୟ ରଞ୍ଜନ ପୃଷ୍ଟି, ଦେବବ୍ରତ ସାହୁଙ୍କ ଉପସ୍ଥିତିରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଦୁର୍ନୀତି ନିବାରଣ ବିଭାଗର ଅଧିକାରୀ, କର୍ମଚାରୀ ଶପଥ ପାଠ ଗ୍ରହଣ କରିଥିଲେ । ପରେ ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଖେସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଦୁର୍ନୀତି ନିବାରଣ ବିଭାଗର ଡ଼ିଏସପି କ୍ରିଷ୍ଣା କୁମାରୀ ପ୍ରଧାନଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.