ଜିଲ୍ଲା ସ୍ତରୀୟ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ୯ତମ ପ୍ରତିଷ୍ଠା ଦିବସ ପାଳିତ ।

0 223

ହିଞ୍ଜିଳିକାଟୁ ,୨୩/୦୯ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଶାସନ ଆମ୍ବଗାଁ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଓଏଭିଏସର ୦୯ ତମ ପ୍ରତିଷ୍ଠା ଦିବସ ସ୍ପାର୍କ ୨୦୨୩/୨୪ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ଅରୁଣ କୁମାର ପଟେଲଙ୍କ ଅଧକ୍ଷତାରେ ଅନୁଷ୍ଠିତ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ପ୍ରକଳ୍ପ ଉନ୍ନୟନ ଅଧିକାରୀ ଭି. କିର୍ତ୍ତିଭାସନ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତି ଅମିତା ପଟ୍ଟନାୟକ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା,ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିଆରୀ ପବିତ୍ର ମୋହନ ସାହୁ ,ଜିଲ୍ଲା ପରିଷଦ ଏଳା.ସୁଦର୍ଶନ ପ୍ରମୁଖ ଦୀପ ପ୍ରଜ୍ବଳନ କରିବା ସହ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ । ଉପସ୍ଥିତ ଥିବା ଅତିଥି ବୃନ୍ଦ ଜିଲ୍ଲା ଆଦର୍ଶ ବିଦ୍ୟାଳୟର ମହତ୍ୱ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିଷୟରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାର୍ଜନ କରିବା ପାଇଁ କଠିନ ପରିଶ୍ରମ କରି ଭବିଷ୍ୟତରେ ଜଣେ ଭଲ ମଣିଷ ଏବଂ ଉତ୍ତମ ନାଗରିକ ହୋଇ ଦେଶ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ସମସ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପୂର୍ବରୁ ଆୟୋଜିତ କରାଯାଇଥିବା ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରତିଯୋଗିତା କରାଯାଇଥିଲା । କୃତିତ୍ୱ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ବିକାଶ ସେଠୀ, ସମିତି ସଭ୍ୟ, ବିଜେଡି ଯୁବ ବ୍ଳକ୍ ସଭାପତି ମନୋଜ କୁମାର ସାବତ, ହିଞ୍ଜିଳି ବ୍ଳକ୍ ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ ପ୍ରମୁଖଙ୍କ ସମେତ ବିଭିନ୍ନ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଅପରାହ୍ନର ଆୟୋଜିତ ସଭା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା କୃଷି ବିପଣନ ପରାମର୍ଶ ଦାତା ଶ୍ରୀ ସୁରେନ୍ଦ୍ର ନାଥ ପ୍ରଧାନ, ଶ୍ରୀମତୀ ଅମିତା ପଟ୍ଟନାୟକ ଓ ଜିଲ୍ଲା ପରିଷଦ ସଭ୍ୟ ଏଳା ସୁଦର୍ଶନ ଅତିଥି ରୂପେ ଯୋଗ ଦେଇଥିଲେ । ବିଭିନ୍ନ ପ୍ରତିଯୋଗୀତା ଓ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରବର୍ତ୍ତୀ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସଭା ଉତ୍ସବ କାର୍ଯ୍ୟ ସମାପନ ହୋଇଥିଲା ।

ରିପୋର୍ଟ-ଅଜିତ କୁମାର ପଟ୍ଟନାୟକ

Leave A Reply

Your email address will not be published.