ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ।

0 242

ମାଲକାନଗିରି ,୦୨/୦୫(ପିପିଟି) :ମାଲକାନଗିରି ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଗତକାଲି ପାଳିତ ହୋଇଯାଇଛି । ଖଣ୍ଡିୟ ଶ୍ରମ ଆୟୁକ୍ତ ପ୍ରସନ୍ନ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ପୌର ପରିଷଦର ସାଂସଦ ପ୍ରତିନିଧି ବିଜୟ କୁମାର ମହାରଣା ଓ ସହକାରୀ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ଯୋଗ ଦେଇ ଶ୍ରମିକମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ସହ ଶିଶୁ ଶ୍ରମିକ ମୁକ୍ତ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଅତିଥିଙ୍କ ଦ୍ୱାରା ଓଡ଼ିଶା ଗୃହ ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଯୋଜନାରେ ୧୧୧ ଜଣ ଶ୍ରମିକଙ୍କୁ ମୃତ୍ୟୁ କାଳିନ ସହାୟତା, ଅନ୍ତେଷ୍ଟିକ୍ରିୟା ସହାୟତା, ବିବାହ ସହାୟତା, ପ୍ରସୂତି ସହାୟତା ଓ ଶିକ୍ଷା ସହାୟତା ପାଇଁ ମୋଟ ୫୯ ଲକ୍ଷ ୯୨ ହଜାର ୬୦୦ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶା ଅଣସଙ୍ଗଠିତ କର୍ମଚାରୀ ସାମାଜିକ ସୁରକ୍ଷା ବୋର୍ଡ ଯୋଜନା ଅଧୀନରେ ୨ ଜଣଙ୍କୁ ମୃତ୍ୟୁ କାଳିନ ସହାୟତା ଓ ୧୪୩ ଜଣଙ୍କୁ ଶ୍ରମ ପରିଚୟ ପତ୍ର ପ୍ରଦାନ କରାଯାଇଛି ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.