ଜିଲ୍ଲା ସ୍ତରରେ ବିଶ୍ବ ମିତବ୍ୟୟତା ଦିବସ ଅବସରରେ ସଚେତନତା ରଥର ଶୁଭାରମ୍ଭ ।

0 59

ଛତ୍ରପୁର,୩୦/୧୦(ପିପିଟି):ବିଶ୍ବ ମିତବ୍ୟୟତା ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲାସ୍ତରୀୟ ଏକ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସଚେତନତା ବାର୍ତ୍ତା ପହଞ୍ଚାଇଛି। ସୋମବାର ପୂର୍ବାହ୍ନ ସମୟରେ ଜିଲ୍ଲା ସ୍ବଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଆୟୋଜିତ ସଚେତନତା ରଥଟିକୁ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶୁଭାରମ୍ଭ କରିଥିଲେ ନିଜ ବ୍ୟକ୍ତବ୍ୟରେ ଜଣାଇ ଥିଲେ ଯେ ମିତବ୍ୟୟୀ ହେବା ସଞ୍ଚୟକୁ ଅଭ୍ୟାସରେ ପରିଣତ କରିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସକାଶେ ଆଜିର ଦିନରେ ଆବଶ୍ୟକ ରହିଛି । ଏହି ସ୍ବଳ୍ପ ସଞ୍ଚୟ ବ୍ୟକ୍ତିର ଆର୍ଥିକ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରିବା ସାଥେସାଥେ ନିଜର ନିହାତି ଜରୁରୀ ଆବଶ୍ୟକତା ସମୟରେ ସ୍ବଳ୍ପ ସଞ୍ଚୟ ଅର୍ଥକୁ ବିନିଯୋଗ କରିପାରିବ । ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି ଅନାବଶ୍ୟକ ଅର୍ଥ ବ୍ୟୟରୁ ନିବୃତ୍ତ ରହି ନିଜର କ୍ଷମତା ଅନୁଯାୟୀ ସଞ୍ଚୟ କରିବା ଆବଶ୍ୟକ । ଏହା ଦ୍ବାରା ଉଭୟ ଦେଶ ଓ ଦେଶବାସୀଙ୍କର ଅର୍ଥନୈତିକ ବ୍ୟବସ୍ଥା ଅଭିବୃଦ୍ଧି ହୋଇ ପାରିବ । ସ୍ବଳ୍ପ ସଞ୍ଚୟ ବେଳେ ନିଜର କଷ୍ଟଲବ୍ଧ ଧନକୁ ବିନିଯୋଗ କରିବା ବେଳେ ପ୍ରତ୍ୟେକ ବ୍ୟକ୍ତି ଯେଉଁ ସଂସ୍ଥାରେ ନିଜ ପୁଞ୍ଜିକୁ ଜମା କରିବା ପୂର୍ବରୁ ଉକ୍ତ ସଂସ୍ଥା ସମ୍ପର୍କିତ ତଥ୍ୟ ଓ ଜ୍ଞାନ ହାସଲ କରିବା ଉଚିତ୍ । ତେବେ ଯାଇ ଠକାମିରୁ ବଞ୍ଚି ହେବ ଏଣୁ ନିର୍ଭରଯୋଗ୍ୟ ସଂସ୍ଥାରେ ନିଜର ପୁଞ୍ଜି ଜମା କଲେ ଯାଇ ଆଶ୍ବସ୍ତି ମିଳିବ । ନିଜେ ସଚେତନ ହେବା ସହିତ ଅନ୍ୟକୁ ସଚେତନ କରାଇବାର ଆବଶ୍ୟକତା ରହିଛି । ନଚେତ୍ ନିଜର କଷ୍ଟଲବ୍ଧ ଧନ ବାଟମାରଣା ହେବାର ଅନେକ ସମ୍ଭାବନା ରହିଛି । ଆଜିର ଦିନରେ ଅତ୍ୟଧିକ ଲୋଭର ବଶବର୍ତ୍ତୀ ହୋଇ ଜମା ଦେଲେ କ୍ଷତିରେ ପଡିବେ । ଏଣୁ ଜମାରାଶି ଜମା ଦେଲା ବେଳେ ନିର୍ଭରଯୋଗ୍ୟ ସଂସ୍ଥାରେ ବିନିଯୋଗ କରନ୍ତୁ ବୋଲି ଆର୍ଥିକ ସେବା ଓ ସଂଚୟ ସଂଗଠନ ବିଭାଗ ର ସହ ନିର୍ଦ୍ଦେଶକ ଧ୍ରୁବ ଚରଣ ନାୟକ ଅବଗତ କରାଇଥିଲେ । ସଚେତନତା ରଥର ଉଦ୍ଘାଟନୀ ସମାରୋହରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପରିଚାଳନା କରିଥିବାବେଳେ ରାଜ୍ୟ ସ୍ୱଳ୍ପ ସଂଚୟ ଉପ ନିର୍ଦ୍ଦେଶକ ଶଙ୍କର୍ଷଣ ପଟ୍ଟନାୟକ, ସ୍ୱଳ୍ପ ସଂଚୟ ଅଭିକର୍ତ୍ତା ସଙ୍ଘର ସଭାପତି ଅଶ୍ୱିନୀ କୁମାର ପଟ୍ଟନାୟକ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ୱଳ୍ପ ସଂଚୟ ଅଭିକାର୍ତ୍ତାଙ୍କ ଉପ ସଭାପତି ସତ୍ୟ ନାରାୟଣ ସାହୁ, କୋଷାଧ୍ୟକ୍ଷ ବିନୋଦ କୁମାର ରାଉତ, ପୁରୁଷୋତ୍ତମ ଚର୍ଚ୍ଚି,ସ୍ୱଳ୍ପ ସଂଚୟ ଅଭିକର୍ତ୍ତା ପି. ପ୍ରଭାକର, ସିମାଞ୍ଚଳ ସାହୁ,ଖିରୋଦ ଚନ୍ଦ୍ର ରଥ, ସଦାଶିବ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.