ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ବିଭିନ୍ନ ପ୍ରତିଯୋଗିତା ।

0 213

ମାଲକାନଗିରି,୧୭/୦୯(ପିପିଟି):ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ମାଲ୍ଯବନ୍ତ ଛାତ୍ରାବାସ ସମ୍ମିଳନୀ କକ୍ଷ ଠାରେ ଶିଶୁ ମହୋତ୍ସବ ମହକ ଓ ଉତ୍ସାହ -୨୦୨୫ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ତନ୍ମଧ୍ୟରୁ ଚିତ୍ରାଙ୍କନ, ସଂଗୀତ, ତର୍କ ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଶିଶୁଗୃହର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଶିଶୁ ଗୃହରେ ରହିଥିବା ଛାତ୍ର ଛାତ୍ରୀ ଙ୍କ ଭିତରେ ରହି ଥିବା ଲୁକ୍କାୟିତ ପ୍ରତିଭା ପରିପ୍ରକାଶ ଓ ବିକାଶ ପାଇଁ ଏକ ପ୍ରୟାସ କରିବା ଏହାର ଏକମାତ୍ର ମହତ୍ ଉଦ୍ଦେଶ୍ୟ।
ଆୟୋଜିତ ପ୍ରତିଯୋଗିତାର ବିଚାରକ ଭାବେ ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ସାହିତ୍ୟ ସଂସଦ, ସଭାପତି କେଶବ ଚନ୍ଦ୍ର ନାୟକ,ଆଓମା ଗୁରୁ କୁଳର ପ୍ରଶିକ୍ଷକମାନେ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀମାନଙ୍କୁ ଚୟନ କରିଥିଲେ। ଆଗାମୀ କାଲି ନିମନ୍ତ୍ରିତ ଅତିଥିମାନଙ୍କ ଦ୍ବାରା ସେମାନଙ୍କୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡିଛି। ଏହି କାର୍ଯ୍ୟକ୍ରମର ଆୟୋଜନ ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାର ନାରାୟଣ ଦାସ, ଲିଗାଲ ଅଫିସର ସତ୍ୟଜିତ ପଣ୍ଡା,ପିଓଆଇସି
ସୁଦେଷ୍ଣା ରାଉତ,ପିଓଏନଆଇସି ଗଙ୍ଗା ବଡରାଜୁ ଶବର ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.