ଜିଲ୍ଲା ଯୋଗାଣ ବିଭାଗର ଚଢ଼ାଉ ;ଧାନ ବସ୍ତା ସହ ଟ୍ରକ ଜବତ ।

0 477

ଉଲୁଣ୍ଡା,୨୮/୦୧(ପିପିଟି);ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୩୭୦ ବସ୍ତା ଧାନ ସହ ଏକ ଟ୍ରକକୁ ଜବତ କରାଯାଇଛି । ସୂଚନାନୁସାରେ ବିନୋଦ ସାହୁ ନାମକ ଜଣେ ବ୍ୟକ୍ତି ଏକ ଟ୍ରକ(ଓଡ଼ି ୭ ଏଫ ୯୨୫୯) ଯୋଗେ ବରଗଡ଼ ଜିଲ୍ଲାକୁ ଧାନ ଚୋରା ଚାଲାଣ କରୁଥିବା ଖବର ପାଇ ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ବିଭାଗର ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ପବିତ୍ର ସାହୁ ଓ ଅନ୍ୟ କର୍ମଚାରୀମାନେ ଉଲୁଣ୍ଡା ପିପିଲି କାନି ଠାରେ ଅଟକାଇ ଟ୍ରକକୁ ଜବତ କରିଛନ୍ତି । ଏଥିରେ ୩୭୦ ବସ୍ତାରେ ୨୨୦ କୁଇଣ୍ଟାଲ ଧାନ ଥିବା ଯାଂଚବେଳେ ଜଣ ପଡିବା ପରେ ଧାନ ସବୁକୁ ଜବତ କରାଯାଇ ଉଲୁଣ୍ଡା ଏକ ରାଇସ ମିଳରେ ଜିମା ଦିଆଯାଇଥିବା ଜଣାପଡିଛି ।ଏହି ଚଢ଼ଉରେ ଅତିରିକ୍ତ ଯୋଗାଣ ଅଧିକାରୀ ସୁବୋଧ ହୋତା,ସହକାରୀ ଯୋଗାଣ ଅଧିକାରୀ ତ୍ରିନାଥ ଭୋଇଙ୍କ ସମେତ ଉଲୁଣ୍ଡା ଓ ବିରମହାରାଜପୁର ଯୋଗାଣ ନିରୀକ୍ଷକ ତଥା ଅନ୍ୟ କର୍ମଚାରୀମାନେ ମାନେ ସାମିଲ ହୋଇଥିଲେ ।

(ରିପୋର୍ଟ- ଶାନ୍ତୁନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.