ଜିଲ୍ଲା ଚାଇଲ୍ଡ ଲାଇନ ପକ୍ଷରୁ କୃତି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ସମ୍ମାନୀତ କଲେ ବିଧାୟିକା ।

0 215

କୋଦଳା,୦୫/୦୯(ପିପିଟି):ମଙ୍ଗଳବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ସ୍ଥିତ ମା ମଙ୍ଗଳା କଲ୍ୟାଣୀ ମଣ୍ଡପ ପରିସର ରେ ଗଞ୍ଜାମ ଜିଲ୍ଲା ଚାଇଲ୍ଡ ଲାଇନ ପକ୍ଷରୁ ଏକ ସମ୍ୱର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ବେଗୁନିଆପଡା ବ୍ଲକର କୃତି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ସମ୍ମାନୀତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ସମ୍ମାନୀତ କରିଥିଲେ। ଗତ ମ୍ୟାଟ୍ରିକ ପରୀକ୍ଷାରେ ଯେଉଁ ବିଦ୍ୟାଳୟର ଛାତ୍ରଛାତ୍ରୀ ୮୦%ରୁ ଅଧିକ ମାର୍କ ରଖିଛନ୍ତି ସେମାନଙ୍କୁ ସମ୍ମାନୀତ କରିବା ସହିତ ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା। ଏହି ବ୍ଲକ ର ୧୯ ଜଣ ପ୍ରଧାନ ଶିକ୍ଷକ ଓ ୯୦ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ଏଥିରେ କବିସୂର୍ଯ୍ୟନଗର ବିଧାୟିକା ଯୋଗଦେଇ ସେମାନଙ୍କୁ ସମ୍ମାନୀତ କରିବା ସହ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ଥିବା ସୁସଂପର୍କ, ଉତ୍ତମ ଚରିତ୍ର ଗଠନ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରେଣୁ ଗୌଡ଼,ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ଚାଇଲ୍ଡ ଲାଇନ ଗଞ୍ଜାମ ଜିଲ୍ଲା ନିର୍ଦ୍ଦେଶକ ସୁଧିର କୁମାର ସାବତ, ସମାଜସେବୀ ମହେଶ୍ବର ବରାଡଙ୍କ ସମେତ ଅନେକ ଅତିଥି , ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ସେହିପରି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କେ.ବରିଡା ଅମରେଶ୍ଵର ମନ୍ଦିର ପରିସରରେ ମଧ୍ୟ ଅବସରପ୍ରାପ୍ତ ଶିକ୍ଷକ ପ୍ରମୋଦ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକ ରେ ଅବସରପ୍ରାପ୍ତ ଶିକ୍ଷକ ଗୌର କିଶୋର ମହାରଣା ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଶିକ୍ଷାଧିକାରୀ ସୁଦର୍ଶନ ବାରିକ ଯୋଗଦେଇ ଗୁରୁଦିବସ ର ଉଦ୍ଦେଶ୍ୟ ଉପରେ ଆଲୋଚନା କରିଥିଲେ । ଏଥିରେ ଚଳିତ ବର୍ଷ ଅବସର ଗ୍ରହଣ କରିଥିବା ୧୩ ଜଣ ଶିକ୍ଷକଙ୍କୁ ସନମାନିତ କରାଯାଇଥିଲା ।ଏଥିରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.