ସୁବର୍ଣ୍ଣପୁର ,୦୮/୦୧(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ଆଜି ସୁବର୍ଣ୍ଣପୁର ଲୋକ ମହୋତ୍ସବ ରେ ଏକ୍ ସଚେତନତା ଷ୍ଟଲ ଉଦଘାଟିତ ହୋଇଛି I ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଫ୍ୟାମିଲି ଜର୍ଜ୍ ପ୍ରସାନ୍ତ କୁମାର ମିଶ୍ର ଉଦଘାଟନ କରିଥିଲେ,ଅନ୍ୟ ମାନଙ୍କ ମଧ୍ୟରେ ଏଡିଜେ ଦିଲ୍ଲୀପ କୁମାର ବିଶ୍ଵାଳ, ରେଜିଷ୍ଟାର ଶଙ୍କର ଚୌଧରୀ,ଜିଲ୍ଲା ଆଇନ ସେବା ପ୍ରାଧୀକରଣ ସମ୍ପାଦିକା କୁମୁଦିନୀ ମୁଦୁଲି, ସିଭିଲ ଜର୍ଜ ମହିଳା କୋର୍ଟ ଜର୍ଜ ବବିତା ପାତ୍ର, ଏସ୍.ଡି ଜେ.ଏମ୍ ସ୍ବଦେସ୍ନା ପଟନାୟକ, ସିଭିଲ ଜର୍ଜ୍ ଦେବ ମାଳିନୀ ଆଶର୍ଯ୍ୟ,ଆଇନ ପରାମର୍ଶଦାତା ଓକିଲ ଚମ୍ପେଶ୍ଵର ଥାନପତି ,ଜିଲ୍ଲା ଓକିଲ ସଂଘ ର ସମ୍ପାଦକ ଦାଶ୍ ଦୀପ୍ତ ମହାପତ୍ର, ଓକିଲ ,ଧୀରେନ୍ଦ୍ର ଦାନୀ, ଓକିଲ,ଓକିଲ ଗଦାଧର ନେଗୀ,ଓକିଲ ପ୍ରତିଭା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପାଞ୍ଚ ଦିନ ଧରି ଚାଲିବାକୁ ଥିବା ମହୋତ୍ସବ ରେ ଏହି ଷ୍ଟଲ୍ ରେ ବିବିନ୍ନ ଆଇନ କାର୍ଯ୍ୟକ୍ରମ ବିଷୟରେ ଯେପରି ବାଲ୍ୟବିବାହ ଉପରେ ଏହା କିଭଳି ଆଇନ ବିରୋଧୀ କାର୍ଯ୍ୟ ଓ ଦଣ୍ଡନୀୟ ଅପରାଧ ଲୋକଅଦାଲତର,ଶ୍ରମଜୀବୀ ମାନଙ୍କ ଆଇନ, ନିଃଶୁଳ୍କ ଆଇନ,ସ୍ଥାୟୀ ଲୋକ ଅଦାଲତର ଓ ସେବା ଭୂମିକା,କାର୍ଯ୍ୟ ଏ ନେଇ ଷ୍ଟଲରେ ଲିଫ୍ ଲେଟ୍ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି ।
ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ