ଯାଜପୁର,୧୩/୦୮(ପିପିଟି): ଯାଜପୁର ସହର ଅର୍ନ୍ତଗତ ବିଡିସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ଏକ ଆଇନ ସଚେତନତା ସଭା ପ୍ରାଧିକରଣର ସଚୀବ ଲିପା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ କୁମାରସେନ୍ ସେନାପତି, ଜିଲ୍ଲା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ମାଝି ଓ ପ୍ରାଧିକରଣ ପ୍ରାକ୍ତନ ସଦସ୍ୟ ଡ଼ ରୁଦ୍ରନାରାୟଣ ପୃଷ୍ଟି ଅତିଥି ଆଲୋଚକ ଭାବେ ଯୋଗ ଦେଇ ବିଦ୍ୟାଳୟରେ ଗଢା ଯାଇଥିବା ଲିଗାଲ୍ ଲିଟ୍ରେସି କ୍ଲବ ର କାର୍ଯ୍ୟକ୍ରମ ସହିତ ଅଧାଗଢ଼ା ଅବସ୍ଥାରେ କେତେକ ବିଦ୍ୟାର୍ଥୀ ବିଦ୍ୟାଳୟ ଛାଡି ପଳାଉଥିବା କାରଣ ଓ ନିରାକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁପ୍ରଭା ନାୟକ ସ୍ବାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ସଭାରେ ଲିଗାଲ୍ ଲିଟ୍ରେସି କ୍ଲବ ର ଭାରପ୍ରାପ୍ତ ଶିକ୍ଷକ ଓ ସଦସ୍ୟ ଛାତ୍ରଛାତ୍ରୀ ମାନଙ୍କ ସମେତ ଅନ୍ୟ ବିଦ୍ୟାର୍ଥୀ ଏବଂ ଶିକ୍ଷକ ଶିକ୍ଷାକର୍ମୀ ମାନେ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକରଣ ଓ ବିଦ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ।