ଜିଲ୍ଲାପାଳ ବୁଲି ଦେଖିଲେ ସ୍ମାର୍ଟ୍ କ୍ଳାସ୍; ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କଲେ ଉଚ୍ଚ ପ୍ରଶଂସା ।

0 418

ବେଲଗୁଣ୍ଠା,୨୧/୦୩(ପିପିଟି);ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରି ଫେରିଯାଇଛନ୍ତି । ଏହି ଅବସରରେ ମାନ୍ୟବର ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ବେଲଗୁଣ୍ଠା ବ୍ଳକ୍ ନାଟେଙ୍ଗା ସ୍ଥିତ ଗୋଷ୍ଠୀ ଗୋଶାଳାକୁ ବୁଲି ଦେଖିବା ସହିତ ଏହି ଗୋଶାଳା ପରିଚାଳନା ଏବଂ ଗୋସମ୍ପଦର ସୁରକ୍ଷା ସମ୍ପର୍କରେ ସ୍ଥାନୀୟ ଜନ ପ୍ରତିନିଧି ଏବଂ ଜନ ସାଧରଣଙ୍କ ସହ ଆଲୋଚନା କରିଥିଲେ । ଆଜି ମାଧ୍ୟାହ୍ନରେ ମାନ୍ୟବର ଜିଲ୍ଲାପାଳ ନିଜ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନକରି ଖୁସି ପ୍ରକଟ କରିବା ସହ ବିଦ୍ୟାଳୟର ପରିବେଶ ଦେଖି ବିଦ୍ୟାଳୟ କର୍ତୃପକ୍ଷ,ଶିକ୍ଷକ ଏବଂ କର୍ମଚାରୀଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ସେ ବିଦ୍ୟାଳୟର ନବ ନିର୍ମିତ ସ୍ମାର୍ଟ କ୍ଲାସ୍ ପରିଦର୍ଶନ କରି ଏହାର ପରିଚାଳନା ସମ୍ପର୍କରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ସହ ଆଲୋଚନା କରିଥିଲେ । ଏହା ସହିତ ସେ କୋଭିଡ କଟକଣା ଭିତରେ ବିଦ୍ୟାଳୟରେ ନବମ ଏବଂ ଦଶମ ଶ୍ରେଣୀର ଶିକ୍ଷାଦାନ ସମ୍ପର୍କରେ ଶିକ୍ଷକ ମାନଙ୍କ ସହ ଆଲୋଚନା କରିବା ସହିତ ବିଦ୍ୟାଳୟର ପାଠାଗାର, ସ୍ଵଚ୍ଛତା ଆଦିର ପରିଦର୍ଶନକରି ସନ୍ତୋଷ ବ୍ୟକ୍ତ କରିଥିଲେ । ଜିଲ୍ଲାପାଳଙ୍କ ସହିତ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ରବିନ୍ଦ୍ର ନାଥ ନାୟକ, ଜିପିଟିଏ ,ପିଇଓ ସୁବାଷ ଚନ୍ଦ୍ର ଦଳବେହେରା, ଜିଆରଏସ୍ ପ୍ରଶାନ୍ତ କୁମାର ସାହୁ ଏବଂ ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ ବିଦ୍ୟାଳୟର ସ୍ମାର୍ଟ୍ କ୍ଲାସ୍ ପରିଦର୍ଶନ କରିଥିଲେ । ପ୍ରକାଶ ଥାଉକି ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବେଳେ ଏହାର ପରିବେଶ ଏବଂ ଶିକ୍ଷାଦାନ ପଦ୍ଧତି ପାଇଁ ଏକାଧିକ ଥର ଜିଲ୍ଳା ଏବଂ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଛି । ବିଭିନ୍ନ କାର୍ଯ୍ୟକ୍ରମର ପରିଦର୍ଶନ ପରେ ମାନ୍ୟବର ଜିଲ୍ଲାପାଳ ଏହାର ପ୍ରଗତି ସମ୍ପର୍କରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ରଙ୍କ ସହ ଆଲୋଚନା କରିଥିଲେ । ସୂଚନା ଥାଉକି ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ର ବେଲଗୁଣ୍ଠାରେ ଦାୟିତ୍ୱ ଗ୍ରହଣ କଲାପରେ କୋଭିଡ ପରିଚାଳନା ଠାରୁ ଆରମ୍ଭ କରି ବ୍ଳକ୍ ର ଶିକ୍ଷା, ସ୍ୱାସ୍ଥ୍ୟର ଉନ୍ନତି ସହିତ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବା କ୍ଷେତ୍ରରେ ସେ ଜନ ସାଧାରଣଙ୍କ ନିକଟରେ ବେଶ୍ ଆସ୍ଥା ଭାଜନ ହୋଇପାରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.