ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କଲେ ହଂସତୂଳୀ ଗ୍ରାମବାସୀ ।

0 151

କୋଦଳା,୨୬/୦୩(ପିପିଟି): ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ ଅନ୍ତର୍ଗତ ତାଳସର ପଞ୍ଚାୟତ ର ହଂସତୂଳୀ ଗ୍ରାମର ଗ୍ରାମବାସୀ ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ କୋଦଳା ତହସିଲଦାରଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ବୁଧବାର ଦିନ ପ୍ରଦାନ କରିଛନ୍ତି । ସୁଚନାନୁଯାଇ ଆଗରୁ ହଂସତୁଳି ମୌଜା,ତାଳଗାଁ ମୌଜା, ନାକୁଆ ଛଚିନା ମୌଜା,କୁମ୍ଭାରଗାଁ ମୌଜା ଷଣ୍ଢମୂଳ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟlଳୟ ଅଧିନରେ ଅର୍ନ୍ତଭୁକ୍ତ ଥିଲା କିନ୍ତୁ ବର୍ତ୍ତମାନ କିଛି ଦିନ ହେଲାଣି ହଂସତୁଳି ମୌଜା କୁ ସୁମଣ୍ଡଳ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟlଳୟ ଅଧିନକୁ ନିଆ ଯାଇଛି । ଫଳରେ ହଂସତୁଳି ମୌଜା ର ଅଧିବାସୀ ଏବଂ ଚାଷୀ ମାନେ ତାଙ୍କର ବିଭିନ୍ନ କାର୍ଯ୍ୟ ପାଇଁ ପାଖାପାଖି ଦୀର୍ଘ ୧୨ କିଲୋ ମିଟର ରାସ୍ତା ଯିବାକୁ ପଡୁଛି । ତାହା ପୁଣି ସମୟ ସାପେକ୍ଷ ଏବଂ ବ୍ୟୟ ବହୁଳ ଅଟେ । ଫଳରେ ଯିବା ଆସିବା ରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ମାନେ । ଷଣ୍ଢମୂଳ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟlଳୟକୁ ହଂସତୁଳି ଗ୍ରାମ ଠାରୁ ମାତ୍ର ୧ କିଲୋମିଟର ଦୂରତା ହୋଇଥିବା ବେଳେ ସୁମଣ୍ଡଳ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟlଳୟକୁ ଦୂରତା ହେଉଛି ୧୨ କିଲୋମିଟର । ତେଣୁ ହଂସତୁଳି ମୌଜା ବା ଗ୍ରାମକୁକୁ ଷଣ୍ଢମୂଳ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟlଳୟ ଅଧୀନକୁ ଆଣିବା ପାଇଁ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି ।

Leave A Reply

Your email address will not be published.