ବୋଲଗଡ଼ ୦୧/୦୧(ପିପିଟି):ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗାଁ ପଞ୍ଚାୟତ ୨୬ନମ୍ବରଜୋନ ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁଙ୍କ ପିତା ସଦାଶିବ ରାୟଗୁରୁଙ୍କର ୮୫ବର୍ଷ ବୟସରେ ଗତକାଲି ମଧ୍ୟ ରାତ୍ରରେ ପରଲୋକ ହୋଇଯାଇଛି। ସ୍ବର୍ଗତ ସଦାଶିବ ରାୟଗୁରୁ ବହୁଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ଥିଲେ। ସ୍ବର୍ଗତ ଶ୍ରୀ ରାୟଗୁରୁ ସାଗରଗାଁ ପଂଚାୟତରେ ଲଗlତର ଭାବେ ୩ଥର ସରପଞ୍ଚ, ୩ଥର ସେବା ସମବାୟ ସମିତିର ସଭାପତି, ବରିଷ୍ଠ ନ୍ୟାୟବିତ, ନିଖିଳ ଉତ୍କଳ ନ୍ୟାୟବିତ ସଂଘର ସଭାପତି ଓ଼ ୧୫ ବର୍ଷଧରି ସାଗରଗାଁ ଗ୍ରାମ୍ୟ କମିଟିର ସଭାପତି ଥିଲେ।ତାଙ୍କ ବିୟୋଗ ଯୋଗୁଁ ବୋଲଗଡ଼ ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ! ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସାନପୁଅ ତଥା ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁଙ୍କ ସମେତ ଦୁଇ ପୁଅ,୩ଝିଅ, ନାତିନାତୁଣୀ ଓ଼ ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିଲେ। ସେ ଏକା ଧାରାରେ ଜଣେ ପରୋପକାରୀ, ଧର୍ମପରାୟଣ, ସମାଜସେବୀ, ନ୍ୟାୟବିତ ଓ ସଚ୍ଚୋଟ ଲୋକପ୍ରତିନିଧି ବ୍ୟକ୍ତି ଥିଲେ। ଏକ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ ଶ୍ମଶlନରେ ଶବଦାହ କରାଯାଇଥିଲା। ତାଙ୍କର ବଡପୁଅ ସୁରେନ୍ଦ୍ର କୁମାର ରାୟଗୁରୁ ମୁଖାଗ୍ନି ଦେଇଥିଲେ।ତାଙ୍କ ବିୟୋଗରେ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି ପ୍ରଫୁଲ୍ଲ କୁମାର ପ୍ରଧାନ, ବ୍ଲକ ଅଧକ୍ଷା ହୁଲାସ ପ୍ରଧାନ ଓ଼ ବ୍ଲକ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଗଭୀର ଦୁଃଖ ପ୍ରକାଶ କରି ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଅଛନ୍ତି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)