ଜିପିଏ ତରଫରୁ ବିଶ୍ୱ ଫୋଟଗ୍ରାଫି ଦିବସ ପାଳନ ।

0 278

ଭଞ୍ଜନଗର, ୧୯/୮(ପିପିଟି):ଘୁମୁସର ଫୋଟଗ୍ରାଫର ଆସୋସିଏସନ, ଭଞ୍ଜନଗର ପକ୍ଷରୁ ଆଜି ବିଶ୍ୱ ଫୋଟଗ୍ରାଫି ଦିବସ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସକାଳେ ପ୍ରଥମେ ଲଣ୍ଡେଇ ସାହି ଶ୍ରୀରାମ ମନ୍ଦିରରେ ଚାରା ରୋପଣ କରାଯାଇଥିଲା।ଏହାପରେ ଆୟୋଜିତ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ରୋଟାରୀ କ୍ଲବ ସଭାପତି ରଞ୍ଜିତ କୁମାର ବାରିକ, ସମ୍ମାନିତ ଅତିଥି ଭାବେ ଲାଲ ସିଂ ସରପଞ୍ଚ ଶିବରାମ ସାହୁ ଓ ଆଦର୍ଶ କିରାଣୀ ସଂଘ ସଭାପତି ଗୌରୀ ଶଙ୍କର ପାତ୍ର ଯୋଗ ଦେଇଥିଲେ।ସାମ୍ବାଦିକ ତଥା ଜିପିଏ ସଭାପତି ଜୟକୃଷ୍ଣ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ ସହ ସଭା କାର୍ଯ୍ୟ ପରିଚାଳନା କରିଥିଲେ।ବର୍ତ୍ତମାନ ସମୟରେ ପରିଚୟ ନିମନ୍ତେ ଫୋଟକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି।ତେଣୁ ନୂତନ ଜ୍ଞାନ କୌଶଳ ବ୍ୟବହାର କରି ସରଳ ଉପାୟରେ ଫୋଟକୁ ଅଧିକ ଆକର୍ଷଣୀୟ କରାଯାଇ ପାରୁଛି।ଯାହା ଫଳରେ ଗ୍ରାହକଙ୍କ ନିକଟରେ ତାର ଚାହିଦା ବୃଦ୍ଧି ପାଉଛି।ତେଣୁ ସମସ୍ତ ଫୋଟଗ୍ରାଫର ମାନେ କିଛି ସ୍ୱତନ୍ତ୍ରତା ନେଇ କାର୍ଯ୍ୟ କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ।ଏହି ଅବସରରେ ଭଞ୍ଜନଗର ସହରର ବରିଷ୍ଠ ଫୋଟଗ୍ରାଫର ଅଶୋକ କୁମାର ପଟେଲ (ବାଲିଆ)ଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏଥିରେ ଉପଦେଷ୍ଟା ବିରଞ୍ଚି ପ୍ରସାଦ ମିଶ୍ର,ଦର୍ପ ନାରାୟଣ ଜେନା,ସାଗର ବେହେରା,ପ୍ରଣୟ ରଞ୍ଜନ ବେହେରା, ଶୁକାନ୍ତ ମହାନ୍ତି,ସଂଗ୍ରାମ ସ୍ୱାଇଁ, ଆନନ୍ଦ ମିଶ୍ର, ଅନୀଲ ବିଷୋୟୀ,ସୁଶାନ୍ତ ନାୟକ,ପ୍ରେମ ବେହେରା ଓ ଅନ୍ୟମାନେ ସହଯୋଗ କରିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.