ଜିପିଏ’ର ସାଙ୍ଗଠନିକ ବୈଠକ ଓ ଦାୟିତ୍ୱ ବଣ୍ଟନ ।

0 348

ଭଞ୍ଜନଗର, ୦୧/୦୯(ପିପିଟି):ଘୁମୁସର ଫୋଟଗ୍ରାଫର ଆସୋସିଏସନ ତରଫରୁ ରବିବାର ବେଲଗୁଣ୍ଠା ବ୍ଲକ କ୍ଷତ୍ରିୟ ବରପୁର ନିକଟ ମା’ ବୁଢ଼ାକେନ୍ଦୁଙ୍କ ପୀଠରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ରୂପେ ସଂଘର ସଭାପତି ଜୟକୃଷ୍ଣ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ବିରଞ୍ଚି ପ୍ରସାଦ ମିଶ୍ର, ସହ ସମ୍ପାଦକ ସୁଶାନ୍ତ କୁମାର ନାୟକ, କୋଷାଧ୍ୟକ୍ଷ ସଂଗ୍ରାମ ସ୍ୱାଇଁ ମଞ୍ଚାସୀନ ଥିଲେ।ଅନୀଲ ବିଷୋୟୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ।ଏଥିରେ ଆଗାମୀ ଫୋଟ ଏକ୍ସପୋ-୨୦୨୫ ସମ୍ପର୍କରେ ସଦସ୍ୟ ମାନେ ନିଜ ନିଜର ମତାମତ ଦେଇଥିଲେ।ଆଗାମୀ ଦିନରେ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଅତିଶୀଘ୍ର ସଂଘର ପଞ୍ଜିକରଣ ଏବଂ ନୂତନ ସଦସ୍ୟଙ୍କୁ ଜିପିଏ ସହ ଯୋଡ଼ିବା ପାଇଁ ଜଗନ୍ନାଥ ପ୍ରସାଦରୁ ସୌମ୍ୟ ରଞ୍ଜନ ଗୌଡ଼, ସୋରଡ଼ାରୁ ପ୍ରଶାନ୍ତ ମହାରଣା ଓ କୁଲାଡ଼ରୁ ସନ୍ତୋଷ କୁମାର ପଣ୍ଡା ଙ୍କୁ ଅଞ୍ଚଳର ଦାୟିତ୍ୱ ନେବା ପାଇଁ ନୂତନ ପ୍ରତିନିଧି ଭାବେ ଚୟନ କରାଯାଇଛି।ଜିପିଏ ପକ୍ଷରୁ ଗାଙ୍ଗ ପୁର ଅଞ୍ଚଳରେ ଏଭଳି ଏକ କାର୍ଯ୍ୟକ୍ରମ ପ୍ରଥମ କରି ଆୟୋଜିତ ହୋଇଥିବାରୁ ସମସ୍ତଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା।ଏଥିରେ ପ୍ରସନ୍ନ ବିଷୋୟୀ, କିଷାନ ବେହେରା,ଟୁନା ବିଶ୍ୱାଳ, ଟୁକୁନା ଗୌଡ଼, ହିମାଂଶୁ,ରାମ ଓ ଲକ୍ଷ୍ମଣ ଓ ଅନ୍ୟମାନେ ସହଯୋଗ କରିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.