ମାଲକାନଗିରି,୨୯/୦୮(ପିପିଟି) :ମାଲକାନଗିରି ଜିଲ୍ଲା ସଦରମହକୁମାରେ ଅନେକ ଗୁଡ଼ିଏ ଏଲୋପାଥିକ ଔଷଧ ଦୋକାନ ରହି ଦିନକୁ ହଜାର ହଜାର ଟଙ୍କାର ଔଷଧ ବିକ୍ରୟ କରୁଥିଲେ ମଧ୍ୟ କ୍ରେତା ଙ୍କୁ କୌଣସି ବିଲ୍ ପ୍ରଦାନ କରାଯାଇନଥିବା ଦେଖିବାକୁ ମିଳୁଛି।ଫଳରେ ବର୍ଷକୁ କୋଟି କୋଟି ଟଙ୍କା ଜିଏସଟି ସରକାରୀ ଙ୍କୁ ଫାଙ୍କୁଥିବା ଅଭୋଯୋଗ ହେଉଛି। କମର୍ସିଆଲ ଟାକ୍ସ ଅଫିସର ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଏଲୋପାଥିକ ଔଷଧ ଦୋକାନ ଗୁଡିକ ଟାକ୍ସ ଫାଙ୍କି କଳାଟଙ୍କାର ସାମ୍ରାଜ୍ୟର ବିସ୍ତାର କରିଥିବା ଜଣା ପଡ଼ିଛି।
ମାଲକାନଗିରି ସଦରମହକୁମାରେ ଅନେକ ପ୍ରାଇଭେଟ୍ ଏଲୋପାଥିକ ଔଷଧ ଦୋକାନ ରହିଥିଲା ବେଳେ ଭଲ ବ୍ଯବସାୟ ହେବା ପାଇଁ ସରକାରୀ ଡାକ୍ତରମାନଙ୍କୁ ନିଜ ଔଷଧ ଦୋକାନରେ ବସାଇ ରୋଗୀମାନଙ୍କ ପାଇଁ ଚିଠା ଲେଖାଇଥାନ୍ତି।
ସେହି ଔଷଧ ଦୋକାନରୁ ରୋଗୀମାନେ ଔଷଧ କ୍ରୟ କରୁଥିବା ବେଳେ କୌଣସି ବିଲ୍ ଦିଅନ୍ତି ନାହିଁ। ଡାକ୍ତର ଚିଠା ବାବଦକୁ ନିଜର ପିସ୍ ନେଉ ଥିବା ବେଳେ ଔଷଧ ବିକ୍ରୟ ବାବଦକୁ ଔଷଧ ଦୋକାନୀ ଠାରୁ ପିସ୍ ନେଇ ବ୍ୟବସାୟୀଙ୍କୁ ମାଲାମାଲ କରିଥାନ୍ତି। ଅନ୍ଯ ପକ୍ଷରେ ଟେଷ୍ଟ ବାବଦକୁ ପାଥୋଲଜ ଲ୍ୟାବ ମାଲିକ୍ ଠାରୁ ପାସ୍ ନେଇଥାନ୍ତି । ତେବେ ମାଲକାନଗିରି ସଦର ମହକୁମା ରେ ଥିବା ପାଥୋଲଜିଗୁଡିକରେ ହଜାର ହଜାର ଟଙ୍କା ନେଇ ବିଭିନ୍ନ ପରୀକ୍ଷା କରୁଥିଲେ ମଧ୍ୟ ରୋଗୀଙ୍କୁ ବିଲ୍ ଦିଅନ୍ତି ନାହିଁ। ଫଳରେ ସରକାରଙ୍କ ରାଜସ୍ବ କ୍ଷତି ହୋଇଥାଏ ।ଏଣେ ଡାକ୍ତର ଏବଂ ଔଷଧ ଦୋକାନୀଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଚାଲିଥିବା ବେଳେ ଔଷଧ କ୍ରେତା ଙ୍କୁ ଜିଏସଟି ବିଲ୍ ପ୍ରଦାନ କରା ଯାଇ ନଥାଏ ।ନିୟମ ଦୃଷ୍ଟିରୁ ବିଲ୍ ପ୍ରଦାନ କରିବା ଦୋକାନୀର କର୍ତ୍ତବ୍ୟ। ମାତ୍ର ମାଲକାନଗିରି ସଦର ମହକୁମା ରେ ଥିବା କୈାଣସି ଔଷଧ ଦୋକାନୀ ବିଲ୍ ଦେବାର ନଜିର ନାହିଁ। ଫଳରେ ସରକାରଙ୍କୁ ଔଷଧ ଦୋକାନୀମାନେ ଜିଏସଟି ଠକିଥାନ୍ତି।ଏ ଦିଗରେ ଆୟକର ବିଭାଗର ଉଚିତ୍ ପଦକ୍ଷେପ ନେଇ ଔଷଧ କ୍ରେତା ଙ୍କୁ ବିଲ୍ ଦେବାର ପାଇଁ ଦୃଢ଼ ଦାବି ହୋଇଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)