ଜାଲ ସାର୍ଟିଫିକେଟ ପ୍ରଦାନ କରି ଅଙ୍ଗନୱାଡ଼ିରେ ନିଯୁକ୍ତି, କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ।

0 421

ହିଞ୍ଜିଳିକାଟୁ,୦୩/୦୧(ପିପିଟି): ହିଞ୍ଜିଳି ବ୍ଲକ୍ ଅନ୍ତର୍ଗତ ଗିରିଆ ଅଙ୍ଗନବାଡି କେନ୍ଦ୍ର ନମ୍ବର ୦୩ ରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ଜାଲ୍ ସାର୍ଟିଫିକେଟ ପ୍ରଦାନ କରି ଅଙ୍ଗନୱାଡି କର୍ମୀ ରୁପେ ବହୁବର୍ଷ ଧରି କର୍ଯ୍ୟକରି ଆସୁଥିବା ଅଭିଯୋଗ ହୋଇଛି। ଏଥିପୂର୍ବରୁ ଉକ୍ତ ଅଙ୍ଗନୱାଡି କର୍ମୀଙ୍କ ବିରୋଧରେ ବହୁବାର ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ବିଭାବିଗୀୟ କାର୍ଯ୍ୟାଳୟ ତରଫରୁ ହୋଇନଥିବା ଅଭିଯୋଗକାରି କ୍ଷୋଭର ସହ ପ୍ରକାଶ କରିଛନ୍ତି। ପ୍ରକାଶଥାଉକି ହିଞ୍ଜିଳି ବ୍ଲକ ଅନ୍ତର୍ଗତ ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ, ହିଞ୍ଜିଳିକାଟୁ, ପତ୍ର ସଂଖ୍ୟା ୫୬୦ /୧୨.୧୧.୨୦୧୦ ଆଦେଶ ପ୍ରକାରେ ଖରିଡା ପଞ୍ଚାୟତ ଅନ୍ତର୍ଗତ ଗୀରିଆ ଗ୍ରାମ କେନ୍ଦ୍ର ୦୩ ରେ ଦୁନିଆ ଦଳାଇ ସ୍ୱାମୀ ଜୋହନ ଦଳାଇ, ଅଙ୍ଗନୱାଡି କର୍ମୀ ରୁପେ ନିଯୁକ୍ତି ପାଇଥିଲେ। ନିଯୁକ୍ତି ସମୟରେ ପ୍ରଦାନ କରିଥିବା ଦଶମ ଆନ୍ଧ୍ର ବୋର୍ଡ ସାର୍ଟିଫିକେଟ ଜାଲି ବୋଲି ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହୋଇଥିବା ସୁଚନା ମିଳିଛି। ଅଭିଯୋଗକାରୀଙ୍କ ପ୍ରକାରେ ପ୍ରଦାନ କରାଯାଇଥିବା ଆନ୍ଧ୍ର ସ୍କୁଲ ଟି. ସି ରେ ଜନ୍ମଗତ ସୂଚନା ନଥିବା ବେଳେ, ବୋର୍ଡ଼ ସାର୍ଟିଫିକେଟରେ ୧୧.୭.୧୯୮୩ ଉଲ୍ଲେଖ ରହିଛି। ଏଥିପୂର୍ବରୁ ପାଠପଢୁଥିବା ନିଜ ଗ୍ରାମ ନିକଟସ୍ଥ ଆଲପୁର ହାଇସ୍କୁଲ, ଆଲପୁର ଗ୍ରାମ ପ୍ରକାରେ ଆଡ଼ମିଶନ ନମ୍ବର -୦୦୦୯/୦୨୩୯/୭.୭.୧୯୯୯ ପିତା- କବି ପ୍ରଧାନ ବୋଲି ଉଲ୍ଲେଖ ରହିଛି ଓ ସେ ଅଷ୍ଟମ ପାସ କରିଥିବା ଆର୍. ଟି. ଆଇ ସୂଚନାରୁ ଜଣାପଡିଛି। ଉକ୍ତ ସ୍କୁଲ୍ ରେ ଆଡ଼ମିଶନ ରେଜିଷ୍ଟର ରେ ଜନ୍ମଗତ ପ୍ରମାଣ ତାରିଖ ୧.୭.୧୯୮୬ ରହିଥିବାବେଳ ଅନ୍ୟପକ୍ଷରେ ପ୍ରଦତ୍ତ ହୋଇଥିବା ସୂଚନା କଲମ ୬ ରେ ୨୭.୫.୨୦୨୨ ସୁଦ୍ଧା ଉକ୍ତ ସ୍କୁଲ ରୁ ଟି. ସି. ପ୍ରଦାନ କରାଯାଇନାହିଁ। ଏଣୁ ଏଠାରେ ପ୍ରଶ୍ନ ଉଠେ ସୂଚନା ଆଇନରେ ମିଳିଥିବା ଆଲପୁର ହାଇସ୍କୁଲ ର ଜନ୍ମ ତାରିଖ ଠିକ୍ ନା ଅଙ୍ଗନୱାଡି ନିଯୁକ୍ତି ସମୟରେ ପ୍ରଦାନ କରିଥିବା ଆନ୍ଧ୍ର ବୋର୍ଡ ସାର୍ଟିଫିକେଟ ଓ ଟି.ସି ଠିକ୍ ? ବହୁବର୍ଷ ଧରି ଏଭଳି ଜାଲି କାଗଜ ପତ୍ର ପ୍ରଦାନ କରି ଚାକିରି କରୁଥିବା ଅଙ୍ଗନୱାଡି କର୍ମୀଙ୍କ ବିରୁଦ୍ଧରେ କେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅଭିଯୋଗକାରୀ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.