ଜାଲ୍ ସାର୍ଟିଫିକେଟରେ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ।

0 343

ବ୍ରହ୍ମପୁର,୧୫/୦୯(ପିପିଟି): ଓଡିଶାର ବିଭିନ୍ନ ଜିଲ୍ଲାରେ ଜାଲ୍ ସାର୍ଟିଫିକେଟ ମାଧ୍ଯମରେ ଶହ ଶହ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଯୁକ୍ତି ପାଇଛନ୍ତି। ରାଜ୍ଯ ସରକାର ବିଭିନ୍ନ ସମୟରେ ଶିକ୍ଷକ ମାନଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇ ବିଇଓ,ଡିପିସି ଓ ଡିଇଓ ମାନଙ୍କୁ ଚିଠି ଲେଖିଥିଲେ ମଧ୍ଯ ତାହା ସମ୍ପୂର୍ଣ୍ଣ କାର୍ଯ୍ଯକାରୀ ହୋଇପାରୁ ନାହିଁ। ଜାଲ୍ ସାର୍ଟିଫିକେଟ ତଦନ୍ତ ପାଇଁ ଅଭିଯୋଗ ଆସିଲେ କେତେ ମାସ ମଧ୍ଯରେ ସାର୍ଟିଫିକେଟ ଯାଞ୍ଚ ହୋଇ କାର୍ଯ୍ଯାନୁଷ୍ଠାନ ହେବ ତାହା ସରକାରଙ୍କ ନିର୍ଦ୍ଦିଷ୍ଟ ଗାଇଡ୍ ଲାଇନ୍ ନାହିଁ। ଯଦ୍ବାରା ସାର୍ଟିଫିକେଟ ଯାଞ୍ଚ ସଠିକ ସମୟରେ କରା ନଯାଇ ସମୟ ଗଡାଇ ଚାଲିଛନ୍ତି। ସାରା ରାଜ୍ୟରେ ଜାଲ୍ ସାର୍ଟିଫିକେଟର ଜାଲ ବିଛାଇ ହୋଇ ରହିଛି। ନକଲି ଶିକ୍ଷକମାନଙ୍କ ଭୂସ୍ୱର୍ଗ ପାଲଟିଛି ଓଡିଶା। ଜାଲ୍ ସାର୍ଟିଫିକେଟ ତଦନ୍ତ ନିମନ୍ତେ ଓଡିଶାର କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସ ସକ୍ରିୟ ଭାବେ କାର୍ଯ୍ଯ କରୁ ନାହାଁନ୍ତି।ଓଡିଶାରେ ବହୁଳ ପରିମାଣରେ ଜାଲ୍ ସାର୍ଟିଫିକେଟ କିଏ ପ୍ରସ୍ତୁତ କରୁଛି,କେଉଁଠୁ ଆସୁଛି ଏବଂ ରେକେଟ୍ ପଛରେ କେଉଁ ମାନଙ୍କ ହାତ ରହିଛି ତାହାର ତଦନ୍ତ ହୋଇପାରୁ ନାହିଁ। ହଜାର ହଜାର ଶିକ୍ଷିତ ଯୁବକ ଓ ଯୁବତୀ ନିଯୁକ୍ତି ନପାଇ ହତାଶ ହୋଇ ଘରେ ବସିଛନ୍ତି। 5t ସ୍ମାର୍ଟ ସ୍କୁଲ ବ୍ଯବସ୍ଥାରେ ନକଲି ଶିକ୍ଷକ ନିଯୁକ୍ତି ଯୋଗୁଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ହେବାର ସମ୍ଭାବନା ରହିଛି। ଓଡିଶାରେ ଜାଲ୍ ଶିକ୍ଷକ ନିଯୁକ୍ତି ଘଟଣା ଭାରତ ବର୍ଷର ବଡ ସ୍କାମ। ଶିକ୍ଷା ବିଭାଗ ଓ କ୍ରାଇମବ୍ରାଞ୍ଚ ଦ୍ବାରା ତଦନ୍ତ ସମ୍ଭବ ନୁହେଁ। ଜାଲ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନୁଯୁକ୍ତି ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ସାମାଜିକ କର୍ମା ସମରଜିତ୍ ମହାନ୍ତି ରାଜ୍ଯପାଳ ଓ ମୁଖ୍ଯମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

Leave A Reply

Your email address will not be published.