ଜାରକା ଛକରେ ଠିକାଦାର ଅକ୍ଷୟ ନାୟକଙ୍କ ଉପରେ ଦଳଗତ ଆକ୍ରମଣ,ଥାନାରେ ଅଭିଯୋଗ ।

0 75

ଯାଜପୁର,୨୭/୦୧: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାରକା ବଜାର ଗୋପବନ୍ଧୁ ଛକରେ ଆଜି ଅପରାହ୍ନରେ କିଛି ଅସାମାଜିକ ଯୁବକ ହଠାତ ଠିକାଦାର ଅକ୍ଷୟ କୁମାର ନାୟକଙ୍କ ଉପରେ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ, ଗୋପବନ୍ଧୁ ଛକରେ ଥିବା ରାଜଲକ୍ଷ୍ମୀ ଏନଏକ୍ସ ବସ୍ତ୍ର ପ୍ରତିଷ୍ଠାନରୁ କିଛି ପୋଷାକ କିଣି ଗାଡ଼ି ଡୋର ଖୋଲି ରଖିବାକୁ ଯାଉଥିବା ବେଳେ ହଠାତ ୪ଜଣ ଯୁବକ ତାଙ୍କୁ ଗାଡ଼ିରୁ ଭିଡି ଆଣିବା ସହ ଏକ ଲୁହା ଛଡରେ ଆକ୍ରମଣ କରିଥିଲେ ବୋଲି ଶ୍ରୀ ନାୟକ କହିଛନ୍ତି । ତାଙ୍କ ବେକ ଓ ମୁଣ୍ଡରେ ଆଘାତ ଲାଗିଥିବା ପ୍ରାଥମିକ ଚିକିତ୍ସାରୁ ଜଣାପଡିଛି। ଖବର ମୁତାବକ,ଶନିବାର ବିଳମ୍ବିତ ରାତିରେ ଶ୍ରୀ ନାୟକଙ୍କ ଜାରକା ବଜାର ବ୍ଲକ ଛକରେ ଥିବା ଘର ଉପରକୁ କେହି ଦୃର୍ବୁତ୍ତ ଟେକାମାଡ଼ କରିବା ଫଳରେ ଝରକା କାଚ ଭାଙ୍ଗି ଯାଇଥିଲା। ଅନେକ ଜିନିଷ କ୍ଷୟକ୍ଷତି ହୋଇଥିଲା। ଏନେଇ ଶ୍ରୀ ନାୟକ ରବିବାର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଆଜି ଅପରାହ୍ନରେ ଜାରକା ବିଟ ହାଉସ ଅଧିକାରୀ ବିଜୟ କୁମାର ବେହେରା ଝରକା ଭଙ୍ଗା ଘଟଣା ଉପରେ ତଦନ୍ତ କରିବାକୁ ଯାଇଥିଲେ। ଏହି ସମୟରେ ଘର ମାଲିକ ଶ୍ରୀ ନାୟକଙ୍କୁ ଘର ନିକଟକୁ ଆସିବାକୁ ପୁଲିସ ଡ଼କାଇଥିଲେ। ସେ ଘର ନିକଟକୁ ଆସିଥିଲେ। ତଦନ୍ତ ପରେ ଶ୍ରୀ ନାୟକ ଘର ପାଖରୁ ଗୋପବନ୍ଧୁ ଛକକୁ ଗାଡ଼ିରେ ଯାଇଥିଲେ । କିଛି ଯୁବକ ଶ୍ରୀ ନାୟକଙ୍କୁ ପିଛା କରି ଆସି ତାଙ୍କୁ ଅପେକ୍ଷା କରି ରହିଥିଲେ ବୋଲି ସିସିଟିଭିରୁ ଜଣା ପଡ଼ିଛି । ଶ୍ରୀ ନାୟକ ଯେତେବେକ ଜିନିଷ କିଣି ଗାଡ଼ିରେ ରଖି ଗାଡ଼ି ଚଳାଇବାକୁ ବାହାରୁଛନ୍ତି । ସେତିକି ବେଳେ ପୂର୍ବରୁ ଅପେକ୍ଷା କରୁଥିବା ଅସମାଜିକ କୋତପୁର ଗ୍ରାମର ଶରଣ ସାମଲଙ୍କ ପୁଅ ସୁନୀଲ କୁମାର ସାମଲ ଓ ତାର ସହଯୋଗୀ ମାନେ ମୋତେ ବକପୂର୍ବକ ମୁଥା ମାରିବା ସହ ଲୁହା ଛଡରେ ପିଟିଥିଲେ । ଠିକାଦାର ଶ୍ରୀ ନାୟକ ଜୀବନ ବଞ୍ଚାଇବାକୁ ଯାଇ ଗାଡ଼ି ନେଇ ପଳାଇ ଯାଇଥିଲେ।

ପରେ ତାଙ୍କ ସହଯୋଗୀ ମାନଙ୍କ ସହ ଯାଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଏସଆଇ ଜହର ଆବେଦିନ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଥିବା ଜଣାଯାଇଛି। ଆସାମୀ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଶ୍ରୀ ନାୟକ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଏସପି ଅଫିସକୁ ଘେରାଉ କରାଯିବ ବୋଲି ଚେତାବନୀ ଦେଉଛନ୍ତି। ଏହି ମାରପିଟ ଘଟଣା ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ଦୁଇଦିନ ମଧ୍ୟରେ ଶ୍ରୀ ନାୟକଙ୍କ ଘର ଉପରକୁ ଟେକାପକା ଯିବାସହ ତାଙ୍କୁ ଆକ୍ରମଣ କରିବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି। ଜାରକା ଅଞ୍ଚଳରେ ଏଭଳି ଘଟଣା ବୃଦ୍ଧି ପାଉଥିବାରୁ ଲୋକଙ୍କ ଭିତରେ ଭୟ ସଂଚାର ହୋଇଥିବା ଜଣାପଡ଼ିଛି।

Leave A Reply

Your email address will not be published.