ଜାତୀୟ ସେବା ଯୋଜନା ସ୍ୱତନ୍ତ୍ର ସେବା ଶିବିର ଉଦଯାପିତ ।

0 191

ବେଗୁନିଆପଡା,୦୧/୦୧(ପିପିଟି): ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଶୀତକାଳୀନ ସ୍ୱତନ୍ତ୍ର ଶିବିର ପୋଷ୍ୟ ଗ୍ରାମ ଶୂନ୍ୟ ରାମଚନ୍ଦ୍ରପୁର ଶାସନ ପ୍ରାଥମିକ ବିଦ୍ୟାଳୟରେ ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ନନ୍ଦ ଯୋଗଦେଇ ଦୀର୍ଘ ସାତ ଦିନ ଧରି ଚାଲିଥିବା ଏ କାର୍ଯ୍ୟକ୍ରମର ଭୁୟସୀ ପ୍ରଶଂସା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲି ଉପସ୍ଥିତ ସ୍ବେଛାସେବୀ ମାନଙ୍କୁ ଶିଖିଥିବା ଜ୍ଞାନ ସମାଜମୂଳକ ସେବାରେ ଉପଯୋଗ କରିବା ନିମନ୍ତେ ପ୍ରେରଣା ଦେଇଥିଲେ । ଦୀର୍ଘ ୭ ଦିନ ଧରି ଚାଲିଥିବା ଏ ଶିବିର ଆଜି ଶେଷ ହୋଇଛି । ଏଥିରେ ଭାଗ ନେଇଥିବା ସମସ୍ତ ଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ସାଗରିକା ଦାଶଙ୍କ ତତ୍ତ୍ୱାବଧାନରେ ୫୦ ଜଣ ସ୍ବେଛାସେବୀ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କୁ ସହଯୋଗ କରିବା ନିମନ୍ତେ ମହିଳା ସହାୟିକା ଭାରତୀ ମହାପାତ୍ର ସେବା ଶିବିରରେ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Leave A Reply

Your email address will not be published.