ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର ସମ୍ମାନିତ।

0 162

ପୋଲସରା ,୨୭/୦୯(ପିପିଟି) : ଗଂଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର ସେକ ଫରିଦ୍ ସମ୍ମାନିତ ହୋଇଥିବା ଜଣାପଡିଛି। ଚଳିତ ବର୍ଷ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତରଫରୁ ପ୍ରକାଶିତ ହୋଇଥିବା ଶ୍ରେଷ୍ଠ ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର ତାଲିକା ପ୍ରକାରେ ଶ୍ରୀ ଫରିଦ୍ ପୁରସ୍କୃତ ହୋଇଛନ୍ତି। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର୍ ଜାତୀୟ ସେବା ଯୋଜନା ପୋଗ୍ରାମ ଅଫିସର ତଥା ଦର୍ଶନଶାସ୍ତ୍ର ଅଧ୍ୟାପକ ସେକ୍ ଫରିଦ୍ ବିଶ୍ଵବିଦ୍ୟାଳୟର ଶ୍ରେଷ୍ଠ ପୋଗ୍ରାମ ଅଫିସର ଭାବରେ ବିଶ୍ଵବିଦ୍ୟାଳୟ ଉପ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି। ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅଧକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ ବୃନ୍ଦ ଶ୍ରୀ ଫରିଦ୍ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.