ଯାଜପୁର,୨୨/୦୯(ପିପିଟି): ଆମ ମହାନ ସଂସ୍କୃତିରେ ଗୋରୁ ଗାଈଙ୍କ ଦେହରେ ଷୋଳ ସହସ୍ର ଦେବାଦେବୀ ଥିବାର ଦୃଢ଼ ଆଧ୍ୟାତ୍ମିକ ଧାରଣା ଓ ପରମ୍ପରା ରହିଛି । ଏଥିପାଇଁ ଗୋ ବଂଶ ପ୍ରତି କୌଣସି ପ୍ରକାର ପାଶବିକତା ପୂର୍ଣ୍ଣ ଆଚରଣ ପ୍ରତ୍ୟେକ ମଣିଷ ପ୍ରତି ଅସହ୍ୟ । ହେଲେ ଦୈନିକ ଅତି ନିର୍ଦୟ ଆଉ ଅମାନୁଷିକ ଭାବେ ଗୋ ଚାଲାଣ ହେଉଥିଲେ ମଧ୍ୟ ନୀରବ ଦ୍ରଷ୍ଟା ସାଜି ନିରୀହ ଗୋ ମାତାକୁ କଂସେଇ ଖାନାକୁ ଟେକି ଦେଉଛି ଆମ ଓଡିଶା ପୋଲିସ।ପଶୁକ୍ରୁରତା ନିରୋଧ ଆଇନ, ଗୋ ହତ୍ୟା ଏବଂ ଗୋ ନିର୍ଯ୍ୟାତନା ଆଇନ ସତେ ଯେମିତି ଏଠି ଗୋ ମାଫିଆଙ୍କ ନିକଟରେ ବନ୍ଧା ପଡିଛି ।
ପ୍ରସଙ୍ଗ କ୍ରମେ ୧୬ ନମ୍ବର ଜାତୀୟ ରାଜପଥ ରେ ଗୋ ମାଫିଆ ସକ୍ରିୟ ହୋଇଛନ୍ତି। ଖୋର୍ଦ୍ଧା ଠାରୁ ଆରମ୍ଭ କରି କୋଲକାତା ଦେଇ ବାଂଲାଦେଶ ପର୍ଯ୍ୟନ୍ତ ଲମ୍ବିଛି ଗୋ ରାକେଟର ଚେର । ରାତି ଅଧରେ ଆଉ ଦିନ ଦୁଇ ପ୍ରହରରେ ଦୈନିକ ଛୋଟ ଛୋଟ ଗାଡି ଠୁଁ ଆରମ୍ଭ କରି ବଡ଼ ବଡ଼ କଣ୍ଟେନର ଦ୍ଵାର ବାହାରକୁ କରା ଯାଉଛି ଗୋରୁ ଗାଈ ଙ୍କୁ ଚାଲାଣ । ମାନ୍ୟବର ହାଇକୋର୍ଟଙ୍କ ପଶୁକ୍ରୋତା ନିରୋଧ ଆଇନକୁ ଖୋଲା ଖୋଲି ଉଲ୍ଲଂଘନ କରି ବେଧଡ଼କ କରାଯାଉଛି ଗୋ ଚାଲାଣ । ପୋଲିସ, ପରିବହନ ବିଭାଗ ଓ ଗୋ ମାଫିଆଙ୍କ ମଧୁଚନ୍ଦ୍ରିକାରେ ଦୈନିକ ଏ ଚୋରା ଚାଲାଣ ହେଉଥିଲେ ବି ପୂର୍ବରୁ ବିଜେଡି ସରକାର ଚୁପ ଥିବା ବେଳେ ଏବେର ବିଜେପି ସରକାର ମଧ୍ୟ କାହିଁକି ଚୁପ, ଯାହାକୁ ନେଇ ଅନେକ ପ୍ରଶ୍ନ ଏବେ ଉଠିଛି ।
ପଶୁ କ୍ରୁରତା ନିରୋଧ ଆଇନ୍ ୧୯୬୦ ସେକ୍ସନ ୩୮ ର ନିୟମକୁ ଖୋଲା ଖୋଲି ଉଲ୍ଲଂଘନ କରାଯାଇ ଦୈନିକ ବଡ଼ ବଡ଼ କଣ୍ଟେନର ସାହାଯ୍ୟରେ ଅତି ନିର୍ଦୟ ଭାବେ ଗୋରୁ ଚାଲାଣ ହେବା ଘଟଣା କାହାରିକୁ ଅଛପା ନାହିଁ ।ଚାରି ପାଖକୁ ବନ୍ଦ ଥିବା ଡାଲାରେ ଏହି ଗୋରୁ ଚାଲାଣ ବେଳେ ସାଧାରଣ ଲୋକଟିଏ ଜାଣିବାରେ ମଧ୍ୟ କୌଣସି ସୁଯୋଗ ନଥାଏ । ହେଲେ ଏହା ଭିତରେ ଏମତି ଢ଼ଙ୍ଗରେ ଗୋରୁ ମାନଙ୍କୁ ଚାଲାଣ କରାଯାଇ ଥାଏ, ତାହା କୌଣସି କଂସେଇ ଖାନାର ଯନ୍ତ୍ରଣା ଠାରୁ ବି କମ ନୁହେଁ। ଟ୍ରାନ୍ସପୋର୍ଟ ଅଫ ଆନିମଲ ନିୟମ ଅନୁସାରେ ସମସ୍ତ ଗାଈ ଗୋରୁ ଗୁଡିକ ରାସ୍ତାରେ ଯିବା ସମୟରେ ଗୋରୁ ଗୁଡିକର ସ୍ୱାସ୍ଥ୍ୟବସ୍ଥା ଓ ପରିବହନ ପାଇଁ ଉପଯୁକ୍ତ ଅଛନ୍ତି କି ନାହିଁ,ସେ ସଂକ୍ରାନ୍ତରେ ଗୋରୁ ମାଲିକ ମାନଙ୍କ ପାଖରେ ପଶୁ ଚିକିତ୍ସା ଅଧୁକାରୀଙ୍କ ସାର୍ଟିଫିକେଟ ରହିବା ଜରୁରୀ ବୋଲି ଆଇନ୍ ରହିଛି । କିନ୍ତୁ ଜାତୀୟ ରାଜପଥରେ ଏସବୁ ଯାଞ୍ଚ ହେଉ ନଥିବାରୁ ଆଇନ କୁ ଦଳି ମକଚି ଦେଇ ଫୁ କରି ଖୋଲା ଖୋଲି ଚ୍ୟାଲେଞ୍ଜ ଦେଇ ଗୋ ଚାଲାଣ କରାଯାଉଛି ।ଅନେକ ସମୟରେ ଅସୁରକ୍ଷିତ ଗୋ -ପରିବହନ ବେଳେ ରାସ୍ତାରେ ଦୁର୍ଘଟଣା ଘଟି ଅନେକ ଗୋରୁ ଗାଈ ଙ୍କ ପ୍ରାଣହାନୀ ଘଟୁଥିବା ବେଳେ ଅନେକ ଗୋରୁ ମଧ୍ୟ ଶ୍ବାସ ରୁଦ୍ଧ ରେ ଜୀବନ ହାରୁଛନ୍ତି ।
ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରତିଦିନ ସହ ସହ ଗୋରୁ ବୋଝେଇ କରି ଟ୍ରକ, କଣ୍ଟେନର ଆଦି ସାହାଯ୍ୟରେ ପୋଡ଼ାଶୀ ରାଜ୍ୟ କୁ ଚାଲାଣ କରାଯାଉଛି। ଗୋରୁ ବେପାରୀ ମାନେ ନିୟମିତ ଖୋର୍ଦ୍ଧା ଠୁ ଆରମ୍ଭ କରି ବାଲେଶ୍ୱର ଦେଇ ଲକ୍ଷ୍ମଣନାଥ ପର୍ଯ୍ୟନ୍ତ ମୋଟା ଅଙ୍କର ପୋଲିସ ପ୍ରଶାସନ ଏବଂ ଟ୍ରାଫିକ ମାନଙ୍କରେ ଚାନ୍ଦା ଦେଇ ଓଡିଶା ପାର ହେଉଥିବାର ଘଟଣା କାହାରିକୁ ଅଛପା ନାହିଁ। ସେହିପରି ଯାଜପୁର ଜିଲ୍ଲାର ସାହାପୁର ଗୋରୁ ବେପାରୀଙ୍କ ଆଡ୍ଡାସ୍ଥଳୀ ପାଲଟି ଥିବା ବେଳେ ବିଭିନ୍ନ ସ୍ଥାନରୁ ଗୋରୁ ବେପାରୀ ମାନେ ଛୋଟ ଛୋଟ ଗାଡି ସାହାଯ୍ୟରେ ଗୋରୁ ଆଣି ଏହି ଠାରୁ ବଡ ବଡ କଣ୍ଟେନର ସାହାଯ୍ୟରେ ବାଲେଶ୍ଵର ଦେଇ ବାଂଲାଦେଶ କୁ ଚାଲାଣ କରିଥାନ୍ତି ।ଦୁର୍ଭାଗ୍ୟର ବିଷୟ ଏହିକି ଯେ,ନିକଟରେ ପାଣିକୋଇଲି ଥାନା ଏବଂ ଏସପି ଙ୍କ କାର୍ଯ୍ୟାଳୟ ପଡୁଥିବା ବେଳେ ସବୁ ଦେଖି ନ ଦେଖିବାର ଅଭିନୟ କରନ୍ତି ଅଧିକାରୀ ମାନେ।କାରଣ ମାସକିଆ ଚାନ୍ଦା ରେ ପ୍ରାୟତଃ ଥାନା କର୍ମଚାରୀ ମସଗୁଲ ଥିବାର ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ଯାହାର ପ୍ରମାଣ ସ୍ୱରୂପ କେବେ ଦିନେ ହେଲେ ପୋଲିସ ଗାଡି ଧରିବାର ନଜର ନାହିଁ।
ଆମର ଅନୁସନ୍ଧାନ ମୂଳକ ରିପୋର୍ଟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ କଟକ ଜିଲ୍ଲାର ଚୌଦ୍ୱାର,କେନ୍ଦ୍ରାପଡ଼ା ଜିଲ୍ଲାର ଶୁକରପଡା,ଯାଜପୁର ଜିଲ୍ଲାର ଛତିଆ,ମଇପୁର,ଚାରି ନଙ୍ଗଳ, ନେଉଳପୁର,ଦର୍ପଣ,ଜାବେରା,ଜୋକଡ଼ିଆ,ବ୍ରହ୍ମବରଦା,ବରୀ,ଯାଜପୁର ଟାଉନର ମଙ୍ଗଳପୁର,ସାହାପୁର, ପାଣିକୋଇଲି, ଅନୁଗୁଳ,ଢେଙ୍କାନାଳ, ଭଦ୍ରକ ଏବଂ ବାଲେଶ୍ୱର ଆଦି ଜିଲ୍ଲାରୁ ବେଆଇନ ଭାବେ ବଡ ବଡ କଣ୍ଟେନର ସାହାଯ୍ୟରେ ଟ୍ରିପ ଟ୍ରିପ ଗୋରୁ ଏବଂ ଷେଣ୍ଢ ଅତି ଅମାନୁଷିକ ଭାବେ ବାଂଲାଦେଶ କୁ ଚାଲାଣ କରାଯାଇଥାଏ । ଆଉ ଏସବୁ ଚାଲାଣ ପଛରେ ପ୍ରଚୁର ଚାନ୍ଦା ଥାନା,ଫାଣ୍ଡି ଏବଂ କିଛି ପୋଲିସ ବାବୁଙ୍କ ପକେଟକୁ ଯାଉଥିବାର ଚର୍ଚ୍ଚା ଜୋର ଧରିଛି। କାରଣ ଗାଡି ଧରିବାକୁ ଆଜି ପର୍ଯ୍ୟନ୍ତ ପୋଲିସ ବାବୁ ମାନେ କେବେ ହେଲେ ସାହସ ଜୁଟାଇ ପାରି ନାହଁନ୍ତି । ଯଦିଓ ଗୋରୁଗାଈ ଙ୍କୁ ସୁରକ୍ଷା ଦେବା ପାଇଁ କୌଣସି ସାମ୍ବାଦିକ,ସମାଜସେବୀ,ଗୋ ରକ୍ଷକ କିମ୍ଭା ବଜରଙ୍ଗ ଦଳର କର୍ମକର୍ତ୍ତା ମାନେ ବେଆଇନ ଚାଲାଣ ଗାଡିକୁ ଅଟକାଇ ଥାନ୍ତି ,ତେବେ ପୋଲିସ ଜାଣିଶୁଣି ମାଫିଆଙ୍କ ସହ ସଲାସୁତୁରା ହୋଇ ଏମାନଙ୍କ ନାମରେ ମିଥ୍ୟା ମାମଲା ଦାୟର କରିବାର ଅନେକ ପ୍ରମାଣ ପୂର୍ବରୁ ରହିଛି । ବେଳେବେଳେ
ପୋଲିସ ବାଧ୍ୟ ବାଧ୍ୟକତାରେ ଯେଉଁ ଗାଡି ସବୁ ଧରେ କାର୍ଯ୍ୟାନୁଷ୍ଠାନ କେବଳ ଲୋକ ଦେଖାଣିଆ ନେଇଥାଏ। ଗାଡିର ଡ୍ରାଇଭର ଏବଂ ହେଲ୍ପର ଙ୍କୁ ଗିରଫ କରି ଅତ୍ୟନ୍ତ କୋହଳ ଦଫା ରେ ସେମାନଙ୍କୁ କୋର୍ଟ ଚାଲାଣ କରନ୍ତି ସତ, କିନ୍ତୁ କେବେହେଲେ ଆଜି ପର୍ଯ୍ୟନ୍ତ ପ୍ରକୃତ ଗୋ ମାଫିଆ ନିକଟରେ ପହଞ୍ଚି ପାରିନି ପୋଲିସ। ଗୋ ମାଫିଆ ମାନଙ୍କ ପାଇଁ ଆଇନ ନା କେବେ କଠୋର ହୋଇଥାଏ ନା ପୋଲିସର ନାଲି ଆଖି ଥାଏ ।ବିସ୍ମୟର କଥା ଯେ ଆଜି ପର୍ଯ୍ୟନ୍ତ କେବେ ହେଲେ ଜଣେ ହେଲେ ଗୋ ମାଫିଆ ଏବଂ ଗାଡି ମାଲିକଙ୍କ ନିକଟରେ ପୋଲିସ ପହଁଚିବାରେ ଦୁଃସାହସ କରି ପାରି ନାହିଁ।ଆଉ ଯଦି ପୋଲିସ କେବେ ଉଦ୍ୟମ କରିବ ଗୋ ମାଫିଆଙ୍କ ଉପରେ ଲଗାମ କସିବା ସହଜ ହୋଇ ପାରିବ ବୋଲି ନିଜ ନାମ ଗୋପନ ରେ ରଖି ଅନେକ ବରିଷ୍ଠ ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି।ତେବେ ୨୪ବର୍ଷର ବିଜେଡି ସରକାରରୁ ଗୋରୁ ମାଫିଆ ମାନେ ଲଗାମ ଛଡା ହୋଇପଡିଥିବା ବେଳେ ନୂତନ ମୋହନ ସରକାର ତୁରନ୍ତ ଏଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ମତପ୍ରକାଶ ପାଇଛି।
(ରିପୋର୍ଟ- ଅକ୍ଷୟ କୁମାର ରାଉତ।)