ଜାତୀୟ ରାଜପଥରେ ଓଲଟିଲା ଅତିରିକ୍ତ ଏସପିଙ୍କ ଗାଡି ।

0 442

ଭଞ୍ଜନଗର,୨୪/୦୧(ପିପିଟି) : ଭଞ୍ଜନଗର ଥାନା  ଅଧିନ ଶାଳୁଆପଲ୍ଲୀ ନିକଟ ୧୫୯ନଂ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେଙ୍କ ଘରୋଇ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି।ଏଥିରେ ଅତିରିକ୍ତ ଏସପି ଶ୍ରୀ ଦେଙ୍କ ସମେତ ତାଙ୍କ ଶାଶୁ ସବିତା ରାଉତ ଓ ସ୍ତ୍ରୀ ସୁଜାତା ଦେ ଆହତ ହୋଇଛନ୍ତି।ଶ୍ରୀ ଦେ କୌଣସି କାମରେ ନିଜ ପୈତୃକ ଘର ବାଲେଶ୍ଵର ଯାଇ ଭଞ୍ଜନଗର ଫେରୁଥିବା ସମୟରେ ଗୁରୁବାର ବିଳମ୍ବିତ ରାତିରେ ଡ୍ରାଇଭର ଅଖି ପଡିଯିବା ରୁ କାର ଟି ଶାଳୁଆପଲ୍ଲୀ ନିକଟରେ ଏକ ଗଛକୁ ଧକ୍କା ଦେଇ ଓଲଟି ପଡିଥିଲା।ଫଳରେ ଗାଡି ମଧ୍ୟରେ ଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଏସପିଙ୍କ ସମେତ,ତାଙ୍କ ପତ୍ନୀ ଓ ଶାଶୁ ଏବଂ ଗାଡିର ଡ୍ରାଇଭର କୃଷ୍ଣ ପାତ୍ର ଗାଡି ମଧ୍ୟରେ ରହିଯାଇଥିଲେ।ସ୍ଥାନୀୟ ବାସିନ୍ଦା ତାଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ।ଏଠାରେ ପ୍ରାଥମିକ ଚିକିତ୍ସା ପରେ ଆହତ ମାନଙ୍କୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.