ଜାତୀୟ ମାନବାଧିକାର ଆୟୋଗ ମନିଟରଙ୍କ ଓଡିଶା ଗସ୍ତ ଗସ୍ତ ।

0 131

ଭୁବନେଶ୍ୱର,୨୫/୦୨(ପିପିଟି):ଜାତୀୟ ମାନବାଧିକାର ଆୟୋଗର ସ୍ୱତନ୍ତ୍ର ମନିଟର ବାଲକ୍ରୀଷ୍ଣ ଗୋଏଲ ୬ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ସେ ଓଡିଶା ଗସ୍ତରେ ରହିବେ । ଆଜି ଅପରାହ୍ନରେ ସେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଠାରେ ପହଞ୍ଚିବା ପରେ ଭୁବନେଶ୍ୱର ଉପଜିଲ୍ଲାପାଳ, ଖୋର୍ଦ୍ଧା ଯୋଗାଣ ଅଧିକାରୀଙ୍କ ସମେତ ବିଭିନ୍ନ ଅଧିକାରୀ ତାଙ୍କୁ ସ୍ୱାଗତ କରିଥିଲେ।

ଆଜି ସେ ସିଆରପିସ୍ଥିତ ଏକ ସରକାରୀ ସୁଲଭ ମୂଲ୍ୟ କେନ୍ଦ୍ରକୁ ଯାଇ ସାଧାରଣ ବଣ୍ଟନ ବ୍ୟବସ୍ଥାର ନିରୀକ୍ଷଣ କରିଥିଲେ । ସେଠାରେ ସେ ହିତାଧିକାରୀଙ୍କୁ ସହ ଆଲୋଚନା କରି ରେସନର ସମୟୋଚିତ ବଣ୍ଟନ, ଚାଉଳର ଗୁଣମାନ, ରେକର୍ଡ ଓ ରେଜିଷ୍ଟରର ରକ୍ଷଣାବେକ୍ଷଣ ସମ୍ପର୍କରେ ପଚାରାଉଥିଲେ। ପିଡ଼ିଏସ ସାମଗ୍ରୀ ବଣ୍ଟନ ବ୍ୟବସ୍ଥା ପ୍ରତି ସେ ସନ୍ତୋଷ ବ୍ୟକ୍ତ କରିଥିଲେ ଓ ସରକାରୀ ସୁଲଭ ମୂଲ୍ୟ ଦୋକାନ କେନ୍ଦ୍ରମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଏହି ନିରୀକ୍ଷଣ ସମୟରେ ସିଏସଓ ଖୋର୍ଦ୍ଧା ଯୋଗାଣ ଅଧିକାରୀ, ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ପରେ ସେ Subhadra Mohatab Seva Sadan Special Adoption Centre, ଖଣ୍ଡଗିରିର କେନ୍ଦ୍ରକୁ ଯାଇ ୬ ବର୍ଷରୁ କମ ବୟସର ଅନାଥ ଓ ଅସହାୟ ଶିଶୁମାନଙ୍କ ସହ ସମୟ ବିତାଇଥିଲେ । ସେ ଶିଶୁମାନଙ୍କର ସ୍ୱାସ୍ଥ୍ୟ, ପୋଷଣ, ଆବାସ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ବିଭିନ୍ନ ତଥ୍ୟ ମଧ୍ୟ ନେଇଥିଲେ। କର୍ମଚାରୀମାନଙ୍କ ପାଇଁ ବାୟୋମେଟ୍ରିକ୍ ଉପସ୍ଥିତି ପ୍ରଣାଳୀ ଚାଲୁ କରିବା ସହ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ।

ଏହି ଗସ୍ତ ସମୟରେ ଖୋର୍ଦ୍ଧା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଯତ୍ନ କେନ୍ଦ୍ରାର ଅଧ୍ୟକ୍ଷ ଓ ସଚିବ ଉପସ୍ଥିତ ଥିଲେ। ପ୍ରଥମ ଦିନର ଗସ୍ତ ଅବସରରେ ସେ ବିଭିନ୍ନ କଳ୍ୟାଣମୂଳକ କାର୍ଯ୍ୟର ଅଗ୍ରଗତି ପ୍ରତି ସନ୍ତୋଷ ବ୍ୟକ୍ତ କରିଥିଲେ।

Leave A Reply

Your email address will not be published.