ଜାତୀୟ କନ୍ୟା ଶିଶୁ ଦିବସ-୨୦୨୬ ପାଳିତ ।

0 225

ଛତ୍ରପୁର,୨୨/୦୧(ପିପିଟି): ଜାତୀୟ କନ୍ୟା ଶିଶୁ ଦିବସ-୨୦୨୬ ଅବସରରେ ଆଜି ସ୍ଥାନୀୟ କଲେକ୍ଟରେଟ୍ ଠାରେ ଏକ ସଚେତନତା ପଦଯାତ୍ରା ଆୟୋଜନ କରାଯାଇଥିଲା। ଏହି ପଦଯାତ୍ରା ଜନସାଧାରଣଙ୍କୁ ସଚେତନ କରିବା ପୂର୍ବକ କଲେକ୍ଟରେଟ୍ ଠାରୁ ବାହାରି ବଜାର ଦେଇ ଡିଆରଡିଏ ସ୍କୋୟାର ପର୍ଯ୍ୟନ୍ତ ଯାଇଥିଲା। କନ୍ୟା ଶିଶୁଙ୍କ ଗୁରୁତ୍ୱ, ଅଧିକାର ଏବଂ ସଶକ୍ତିକରଣ ଉପରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା ।ପଦଯାତ୍ରାରେ ଅଧିକାରୀ,ଅଂଶୀଦାର ଏବଂ ମହିଳାମାନେ ଅଂଶଗ୍ରହଣ କରିଥିଲେ । ଅଂଶଗ୍ରହଣକାରୀମାନେ ଲିଙ୍ଗଗତ ସମାନତା,ସୁରକ୍ଷା ଏବଂ କନ୍ୟା ଶିଶୁଙ୍କ ସଶକ୍ତିକରଣ ଉପରେ ସ୍ଲୋଗାନ ଦେଇ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ଏବଂ ମହିଳା ସୁରକ୍ଷା ଅଧିକାରୀ ଡି. ନାଗାରତ୍ନମ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜିଲ୍ଲା ମହିଳା ସଶକ୍ତିକରଣ ହବର ଜିଲ୍ଲା ସଂଯୋଜକ ଗୀତାଞ୍ଜଳି ମହାରଣା ଏବଂ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ଅଧିକାରୀ ଏବଂ କର୍ମଚାରୀଙ୍କ ମାନେ ଆଜିର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

Leave A Reply

Your email address will not be published.