ବେଗୁନିଆପଡ଼ା,୩୦/୦୬(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ତତ୍ୱାବଧାନରେ ସର୍ଦ୍ଧାରଭାଇ ପଟେଲଙ୍କ ଉଦ୍ଦେଶ୍ୟରେ ଜାତୀୟ ଏକତା ଓ ଅଖଣ୍ଡତା ପାଇଁ ଏକ ରାଲି ଅନୁଷ୍ଠିତ ହୋଇଯାଇଛି । ବେଗୁନିଆପଡା ଥାନା ଠାରୁ ଏହି ରାଲି ବାହାରି ବେଗୁନିଆପଡା ବଜାର ପରିକ୍ରମା କରିଥିଲେ । ଏହି ରାଲିର ଲକ୍ଷ ଜାତୀୟ ଏକତା ଓ ଅଖଣ୍ଡତାକୁ ପ୍ରୋତ୍ସାହନ କରିବା ଏବଂ ନାଗରିକ ମାନଙ୍କ ମଧ୍ୟରେ ଏକତାର ଭାବନାକୁ ସୁଦୃଢ କରିବା। ଏହା ବିଭିନ୍ନ ଧର୍ମର ଲୋକଙ୍କ ମଧ୍ୟରେ ଶାନ୍ତି ଏବଂ ସଦଭାବ ଏକତା ବଜାୟ ରଖିବା ପାଇଁ ଦୌଡ଼ ଏକତାର ପ୍ରତୀକ ଯାହା ଗୋଟିଏ ଦିଗରେ ଗତି କରୁଥିବା ଏକ ରାଷ୍ଟ୍ର ପ୍ରତିନିଧିତ୍ବ କରେ । ଏକତା ଏବଂ ସଂହତିକୁ ବୃଦ୍ଧି କରିବା ବୋଲି ଥାନା ଅଧିକାରୀ ଭଗବାନ ପୂଜାରୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖଣ୍ଡିଆନଈ ସରପଞ୍ଚ ପଙ୍କଜ କୁମାର ସେଠି, ଥାନା କର୍ମଚାରୀ ଏବଂ ପାୟୋନିୟର କ୍ରିକେଟ କ୍ଲବର ସଦସ୍ୟ ଏବଂ ଜନସାଧାରଣ ମାନେ ଯୋଗଦେଇ ଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)