ଯାଜପୁର,୦୯/୧୧(ପିପିଟି): ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ଅମୃତ ରଞ୍ଜନ ନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ସଚୀବ ଜ୍ୟୋତିର୍ମୟୀ ଦାସଙ୍କ ଅଧ୍ୟକ୍ଷତା ରେ ତଳିହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିଦ୍ଧେଶ୍ଵର ଗାଁ ର ଗଣେଶମଣ୍ଡପ ପରିସରରେ ପାଳିତ ହୋଇଯାଇଛି। ଏଥିରେ ଅତିଥି ଆଲୋଚକ ଭାବେ ପ୍ରାଧିକରଣ ର ପ୍ରାକ୍ତନ ସଦସ୍ୟ ଡ଼ ରୁଦ୍ରନାରାୟଣ ପୃଷ୍ଟି ଦଶରଥପୁର ତହସିଲର ଅତିରିକ୍ତ ତହସିଲଦାର ବାବୁରାମ ମୁର୍ମୁ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ତ୍ରିଲୋଚନ ସେଠୀ ଓ ତଳିହା ଗ୍ରାମ ପଞ୍ଚାୟତର ସରପଞ୍ଚ ରଞ୍ଜିତା ଜେନା ପ୍ରମୁଖ ଯୋଗ ଦେଇ ଉକ୍ତ ଦିବସର ଇତିହାସ ଏହାର ମହତ୍ତ୍ଵ ସମ୍ବନ୍ଧ ରେ ବିସ୍ତୃତ ଭାବେ ଆଲୋଚନା କରିବା ସହିତ ଉପଯୁକ୍ତ ହିତାଧିକାରୀ ମାନେ ଡିଏଲ୍ଏସ୍ଏ ର ସହାୟତା ଆବଶ୍ୟକ ସ୍ଥଳେ କିପରି ନେଇ ପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଦିବସ ଉପଲକ୍ଷେ ଏକ ସଚେତନତା ରାଲି ଗ୍ରାମ ପରିଭ୍ରମଣ କରିଥିଲା । ଏ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପିଏଲଭି ମନୋରଞ୍ଜନ ଦୀକ୍ଷିତ,ସୁପ୍ରିୟା ସାହୁ ଓ ରୁଚିତା ରଥଙ୍କ ସମତେ ପ୍ରାଧିକରଣ ର କର୍ମଚାରୀ ମାନେ ସହଯୋଗ କରିଥିଲେ।