***ଜହ୍ନ***

0 12

ପ୍ରତି ମାସରେ ଜହ୍ନ ତୁମେ ଆସ
ପୂର୍ଣ୍ଣ ରୂପ ନେଇ , ଦୀପ୍ତିମାନ ହୋଇ
ଢାଳି ଦିଅ ରଜତ ଜ୍ୟୋତ୍ସ୍ନା
ଗାଁ ରୁ ସହର
ଗୋହିରୀ ବିଲରୁ
ନଦନଦୀ ଗିରି କାନନକୁ ଛୁଇଁ…..!!
ତୁମ କୁ ଦେଖି
ବଦଳି ଯାଏ ସବୁ କ୍ଳାନ୍ତି – ଅବସାଦ
ଦେହରେ ଶିହରଣ ଜାଗେ
ଅକୁହା ପୁଲକେ……
ପଲ୍ଲବିତ ହୁଏ ଥୁଣ୍ଟା ବୃକ୍ଷରେ ପତ୍ର…..!!
କୁଆଁରୀ ଦେଖେ ସ୍ବପ୍ନ
କୈଶୋର ହୁଏ ଆନମନା
ଭରିଯାଏ ଅଙ୍ଗେ ଅଙ୍ଗେ ମନ୍ମଥ ଜୁଆର
ପ୍ରେମ ହୁଏ ଜାଗ୍ରତ ସୁପ୍ତ ମାନସରେ….!!
ଜହ୍ନ: ସତରେ ତମେ
ପ୍ରେମର ବାହାକ
ଆକାଶରେ ଥାଇ ବିଞ୍ଚି ଦିଅ
ମର୍ତ୍ତ୍ୟକୁ କାମନାର ମଞ୍ଜି……
ତୁମକୁ ଅବଲୋକନ କରି
ସଭିଏଁ ପ୍ରମତ୍ତ/ପ୍ରଗଳଭ
ଯେମିତି ତଡାଗର କୁମୁଦ
ତୁମ ପ୍ରତି ହୁଏ ଆକର୍ଷିତ…..!!
ଶୀତ ଆଉ ବସନ୍ତରେ
ତୁମେ କାମଦେବ
ତୁମ ସୌନ୍ଦର୍ଯ୍ୟ ରୂପର ବିକଳ୍ପ ନାହିଁ…..
ବର୍ଷା : ଇର୍ଷାନ୍ମିତ ହୋଇ
ବାଦଲ ଢାଙ୍କି ଦିଏ ତୁମ ଚାରୁ ଚିତ୍ର ଛବି
ଅଦୃଶ୍ୟ ହୋଇ ଯାଅ ମେଘ ଓଢ଼ଣୀରେ
ବେଳେ ବେଳେ…..!!
ବିରହ ବିଚ୍ଛେଦ ହିଁ ପ୍ରେମ
ହସ କାନ୍ଦ ହିଁ ଜୀବନ
ଆଉ ଘାତ ପ୍ରତିଘାତ ହଁ ସଂପର୍କକୁ
ସୁଦୃଢ କରେ…..
ହେ ଜହ୍ନ: ଯେବେ ଆସୁଛ ଆସ
ତୁମ ପ୍ରତୀକ୍ଷାରେ ସବୁ
ତୁମେ ତ ଆବାଳ ବୃଦ୍ଧ ବନିତାଙ୍କ
ହୃଦୟକୁ କରିଛ ମନ୍ତ୍ର ମୁଗ୍ଧ
ତୁମେ ଅତି ସୁନ୍ଦର – କୋମଳ ନିଶାକର
ତୁମେ ଯେବେ ହସ
ତୁମ ହସରେ ସମସ୍ତେ ମତୁଆଲା…..!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Leave A Reply

Your email address will not be published.