ଜଳ ସଂପଦ ବିଭାଗର ଜଳ ପ୍ରଭାରୀଙ୍କ ମାଲକାନଗିରି ଗସ୍ତ ।

0 337

ମାଲକାନଗିରି,୧୯/୦୨(ପିପିଟି) :ମୁଖ୍ୟ ଯନ୍ତ୍ରୀ ତଥା ବୈଷୟିକ ସଦସ୍ୟ ମଧ୍ୟସ୍ଥତା ପ୍ରାଧିକରଣ ଓଡ଼ିଶା ଜଳ ପ୍ରଭାରୀ ଚିତ୍ତ ରଞ୍ଜନ ଭୂୟାଁ ଗତ ୧୪ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲା ଗସ୍ତ କରି ଜଳ ସେଚନ ସମ୍ପର୍କିତ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ଓ ସୁବିଧା ଅସୁବିଧା ବିଷୟରେ ଅନୁଧ୍ୟାନ କରିବା ସହିତ କ୍ଷେତ୍ର ପରିଦର୍ଶନ କରିଥିଲେ। ବିଶେଷ କରି ପଟେରୁ ଜଳସେଚନ ପ୍ରକଳ୍ପ ଅଧିନରେ ଓସିସି ଦ୍ବାରା କାର୍ଯ୍ୟକାରୀ ହେଉଥିବା ତମସା ମୁଖ୍ୟ କେନାଲର ଲାଇନଙ୍ଗ କାର୍ଯ୍ୟର ତଦାରଖ କରି କାର୍ଯ୍ୟ ମାନ ବିଷୟରେ ଅନୁଧ୍ୟାନ କରିଥିଲେ। ପ୍ରବଳ ଖରା ହେତୁ କଂକ୍ରିଟ କାମରେ ଅଧିକ ଥର ପାଣି ଦେବା ପାଇଁ ନିର୍ଦ୍ଦେଶ ଦେଇ ଥିଲେ। ସେହିପରି ଗମ୍ଫାକୋଣ୍ଡା କେନାଲ ସେଚାଞ୍ଚଳରେ କରାଯାଇଥିବା ରବି ଚାଷ ବୁଲି ଦେଖିଥିଲେ। ଓଡିଶା ଉଠାଜଳସେଚନ ତରଫରୁ କାର୍ଯ୍ୟକାରୀ ହୋଇ ଥିବା ବିଭିନ୍ନ ପ୍ରକଳ୍ପ ଓ ଚାଷୀମାନଙ୍କ ଦ୍ବାରା କରାଯାଇଥିବା ଚଳିତ ରବି ଋତୁରେ ପନିପରିବା ଚାଷ ବୁଲି ଦେଖିଥିଲେ। ଏହା ବ୍ୟତିତ ଚାଷୀମାନଙ୍କ ସମସ୍ୟା‌ ସମ୍ପର୍କରେ ପଚାରି ବୁଝିଥିଲେ। ସେହିପରି ସେଚାଞ୍ଚଳ ଉନ୍ନୟନ ସଂସ୍ଥା ( କ୍ଯାଡା ) ତରଫରୁ କରାଯାଇଥିବା କ୍ଷେତ୍ର କରନଳୀ ଦ୍ବାରା ଚାଷୀମାନଙ୍କ ଚାଷ ଜମିକୁ ପାଣି ଯୋଗାଇବା କାର୍ଯ୍ୟର ସଫଳତାକୁ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରେୟ ଦେଇଥିଲେ। ଏହା ବ୍ୟତିତ ବୃହତ୍ତ ଉଠାଜଳସେଚନ ପ୍ରକଳ୍ପ କିଆଙ୍ଗ,ପରିମଳାପଦର -୧ ,୨ ଇତ୍ୟାଦି ପ୍ରକଳ୍ପ ପମ୍ପିଙ୍ଗ ପ୍ରଳାଳୀ ଓ ସେଚାଞ୍ଚଳରେ ଆଉଟ୍ ଲେଟ୍ ପଏଣ୍ଟରେ ବାହାରୁଥିବା ପାଣି ଓ ରବି ଚାଷ ଉପରେ ଅନୁଧ୍ୟାନ କରିଥିଲେ। କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ପଡିଆ ବ୍ଳକରେ କାପେକ୍ସ ଅନୁଦାନରେ କାର୍ଯ୍ୟକାରୀ ହେଉଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର କେନାଲ ଲାଇନିଙ୍ଗ କାର୍ଯ୍ୟ କୁ ତଦାରଖ କରି ଥିଲେ। ଓଡ଼ିଶା କୃଷିଶିଳ୍ପ (ଓଆଇସି) ଦ୍ବାରା କାର୍ଯ୍ୟକାରୀ ହେଉଥିବା କ୍ଷୁଦ୍ର ଚାଷୀମାନଙ୍କ ପାଇଁ ନଦୀ ଭିତ୍ତିକ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଦେଖିବା ସହିତ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । ସତୀଗୁଡା ଜଳସେଚନ ଅନ୍ତର୍ଗତ ମୁଖ୍ୟ ବନ୍ଧ ,ବାମ ପାର୍ଶ୍ଵ ଓ ଦକ୍ଷିଣ‌ ପାର୍ଶ୍ୱ କେନାଲ ବନ୍ଧ ପରିଦର୍ଶନ କରି ଆବଶ୍ୟକୀୟ ମରାମତି ପାଇଁ ଅର୍ଥ ଅଟକଳ ଓ ମରାମତି ପାଇଁ ନିର୍ଦ୍ଦେଶ ଦେଇ ଥିଲେ। ସେହିପରି ପ୍ରସ୍ତାବିତ ଗୋବିନ୍ଦ ପାଲି ଜଳସେଚନ ପ୍ରକଳ୍ପର ମୁଖ୍ୟ ବନ୍ଧ,ଜଳ ଧାରଣ କ୍ଷମତା ଓ ବର୍ତ୍ତମାନ ସୁଦ୍ଧା ହୋଇଥିବା ଅଗ୍ରଗତି ସମ୍ବନ୍ଧରେ ସର୍ଭେ ଓ ଅନୁସନ୍ଧାନ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।ଭୂତଳ ଜଳ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ଭୂତଳ ଜଳ ସ୍ତର ମାପ ପାଇଁ ବିଭିନ୍ନ ସ୍ଥାନରେ ସ୍ଥାପିତ ହେଉଥିବା ଯନ୍ତ୍ରର କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରିଥିଲେ।କ୍ଷେତ୍ର ପରିଦର୍ଶନ ପରେ ଜଳ ସେଚନ କାର୍ଯ୍ୟ ରେ ନିୟୋଜିତ ଥିବା ସମସ୍ତ ବୈଷୟିକ ଅଧିକାରୀଙ୍କ ସହିତ ସର୍କିଟ ହାଉସ୍ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏବଂ ୨୦୨୪/୨୫ ଆର୍ଥିକ ବର୍ଷରେ କାର୍ଯ୍ୟ କାରୀ ହୋଇଥିବା କାର୍ଯ୍ୟର ଅଗ୍ରଗତି ଓ ବିଳମ୍ବ ଉପରେ କାରଣ ସମ୍ପର୍କରେ ଆଲୋଚନା ହେବା ସହ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । ଏହା ସହିତ ମାଲକାନଗିରି ଜିଲ୍ଲାପାଳଙ୍କ ସହିତ ତତ୍ ସମ୍ବନ୍ଧୀୟ କାର୍ଯ୍ୟ ଉପରେ ଆଲୋଚନା କରିବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.