ଜଳସେଚନ ପାଇଁ ଭଞ୍ଜନଗର ବିଧାୟକ କଳିଙ୍ଗା ଘାଟି ପରିଦର୍ଶନ କଲେ।

0 234

ଭଞ୍ଜନଗର ୦୪/୦୭(ପିପିଟି) :ଗଞ୍ଜାମ କନ୍ଧମାଳ ଜିଲା ସୀମାର ଥିବା କଳିଙ୍ଗା ଘାଟିର ଝରଣା ପାଣିକୁ ଗଛିତ ରଖି ତାକୁ ଜଳସେଚନ ପାଇଁ କିଭଳି ବ୍ୟବହାର କରାଯିବ ସେ ଚିନ୍ତା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଘାରିଛି। ତେଣୁ ବିଧାୟକ ନାୟକ ଗୁରୁବାର ଅପରାହ୍ନ ରେ କଳିଙ୍ଗା ଘାଟି ପରିଦର୍ଶନ କରିବାକୁ ଯାଇଥିଲେ। ଏହି ସମୟରେ ସାଥିରେ ଜଙ୍ଗଲ ବିଭାଗ ଏବଂ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ଙ୍କୁ ନେଇ ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ। ସୂଚନାଯୋଗ୍ୟ ଯେ କଳିଙ୍ଗା ଘାଟିର ଅନ୍ଧାରିକୋଟ ଠାରେ ଥିବା ଝରଣା ରେ ବର୍ଷରେ ପ୍ରାୟ ୧୦ ମାସ ପାଣି ବହୁଛି। କିନ୍ତୁ ଉକ୍ତ ପାଣି ମଧ୍ୟରୁ ଅଳ୍ପ କିଛି ପାଣି ଜଳସେଚନ ପାଇଁ ବ୍ୟବହାର ହେଉଥିବା ବେଳେ ଅଧିକାଂଶ ପାଣି ଅପଚୟ ହେଉଛି। ତେଣୁ ଉକ୍ତ ଝରଣା ପାଣି କୁ ମହଜୁଦ ରଖି ଭଞ୍ଜନଗର ବ୍ଲକର କିଛି ଅଞ୍ଚଳର ଚାଷ ଜମିକୁ ଛାଡ଼ିବା ବ୍ୟବସ୍ଥା କରାଯିବ। ଏହି ଅବସରରେ ବିଧାୟକ ନାୟକ କହିଥିଲେ ଯେ ଏବେବି ଭଞ୍ଜନଗର ବ୍ଲକର ଅନେକ ଅଞ୍ଚଳକୁ ଜଳସେଚନ ସୁବିଧା ନାହିଁ। ତେଣୁ ଅଧିକରୁ ଅଧିକ ଅଞ୍ଚଳକୁ କିଭଳି ଜଳସେଚନ ସୁବିଧା ହୋଇପାରିବ ସେଥିପାଇଁ ପଦକ୍ଷେପ ନିଆଯାଉଛି। କୃଷକଙ୍କ ଉନ୍ନତି ହେଲେ ଅଞ୍ଚଳ, ରାଜ୍ୟ ଓ ଦେଶର ବିକାଶ ହୋଇପାରିବ। ତେଣୁ କଳିଙ୍ଗା ଘାଟିର ପାଣିକୁ ଡହ ଏବଂ ଅନ୍ୟ ଅଞ୍ଚଳର ଚାଷୀ କିଭଳି ପାଇପାରିବେ ସେଥିପାଇଁ ଆଜିଠୁ ଯୋଜନା ଆରମ୍ଭ ହେଲା। ଆଗାମୀ ଦିନରେ ଅନ୍ୟାନ୍ୟ ଅଧିକାରୀ ଆସି ଭିତ୍ତିଭୂମି ଦେଖିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଧାୟକ ନାୟକ କହିଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.