ଜମି ବିକ୍ରି ନାମରେ କୋଟିଏରୁ ଉର୍ଦ୍ଧ୍ବ ଠକେଇ, ଯୁବକ କୋର୍ଟ୍ ଚାଲାଣ ।

0 226

ଭଞ୍ଜନଗର ,୦୩/୧୧(ପିପିଟି ):ବର୍ତ୍ତମାନ ଜାଗା ଓ ଘର ବିକ୍ରୀ କୁ ନେଇ ବିଭିନ୍ନ ଠକେଇ ଘଟଣା ସାମ୍ନାକୁ ଆସୁଛି।ଦଲାଲ ମାନେ ଏହାର ଫାଇଦା ଉଠାଇ ଲାଭବାନ ହେଉଛନ୍ତି। ବେଲଗୁଣ୍ଠା ଥାନା ଅଞ୍ଚଳରେ ଜମି ବିକ୍ରି ନାମରେ ନୀରିହ ଲୋକଙ୍କ ଠାରୁ ଟଙ୍କା ଠକି ନେଉଥିବା ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍। ଗିରଫ ଯୁବକ ଜଣଙ୍କ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ପାଟରାପଲ୍ଲୀ ଗ୍ରାମର ନନ୍ଦ କିଶୋର ଗୌଡ଼ (୨୫) । ସୂଚନା ଅନୁସାରେ ନନ୍ଦ କିଶୋର ବେଲଗୁଣ୍ଠା ଥାନା ଅନ୍ତର୍ଗତ ଠେଙ୍ଗାଧର ରୋଡ଼୍ ନିବାସୀ ସନ୍ନ୍ୟାସୀ ପଣ୍ଡା ଏବଂ ତାଙ୍କ ପରିବାର ଲୋକଙ୍କୁ ଜମି ବିକ୍ରି କରିବ କହି ସେମାନଙ୍କ ଠାରୁ ୧କୋଟି ୧୦ଲକ୍ଷ ୪୬ହଜାର ଟଙ୍କା ନେଇଯାଇଥିଲା। କିନ୍ତୁ ଜମି ବିକିବା ତ ଦୂରର କଥା ସେ ସବୁ ଟଙ୍କା ନେଇ ଫେରାର୍ ହୋଇ ଯାଇଥିଲା। ଏନେଇ ସନ୍ନ୍ୟାସୀ ବେଲଗୁଣ୍ଠା ଥାନାରେ ଅଭିଯୋଗ କରିଥିଲେ। ସନ୍ୟାସୀଙ୍କ ଅଭିଯୋଗକୁ ଭିଭିକରି ବେଲଗୁଣ୍ଠା ପୋଲିସ୍ ଘଟଣାର ତଦନ୍ତ କରି ଗତ ଜୁନ୍ ମାସରେ ୩୨୫/୨୫ ରେ ଏକ ମାମଲା ରୁଜୁ କରିଥ‌ିଲା। ପୋଲିସ ଖବର ପାଇ ଶନିବାର ରାତିରେ ନନ୍ଦ କିଶୋରକୁ ଗିରଫ କରିବା ସହିତ ତାକୁ ଭଞ୍ଜନଗର କୋର୍ଟଚାଲାଣ କରାଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର ଏକ ପ୍ରେସ୍ ବିବୃତ୍ତିରେ ପ୍ରକାଶ କରିଛନ୍ତି। ଏହା ସହିତ ଜମି କାରବାର ସମ୍ପର୍କିତ କାଗଜ ପତ୍ର, ବ୍ୟାଙ୍କ୍ କାରବାର ସମ୍ପର୍କିତ ମୋବାଇଲ୍ ସ୍କ୍ରିନ୍ ସଟ୍,ଟଙ୍କା କାରବାର ସମ୍ପର୍କିତ ବ୍ୟାଙ୍କ୍ ତଥ୍ୟ ମଧ୍ୟ ଜବତ କରାଯାଇଥିବା ପୋଲିସ୍ ସୂତ୍ରରୁ ପ୍ରକାଶ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.