ଜମାଲପୁର ରେ ବୋମାମାଡ, ଜଣେ ଗୁରୁତର ।

0 249

ପିପିଲି,୧୧/୦୪ : ପିପିଲି ଥାନା ଅନ୍ତର୍ଗତ ଜମାଲପୁର ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ବୋମାମାଡ ହୋଇଛି । ଏଥିରେ ରାଜକିଶୋର ନାୟକ ନାମକ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିବା ବେଳେ ଜଣେ ଶିଶୁ ସମେତ ଅନ୍ୟ ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ରାଜକିଶୋରଙ୍କ ହାତ ପାପୁଲିରେ ବୋମା ବିସ୍ଫୋରଣ ଘଟି ପାପୁଲି ଛିଣ୍ଡି ଯାଇଥିବା ସୂଚନା ମିଳିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି ଭୁବନେଶ୍ୱର ଏମସ ରେ ଭର୍ତି କରାଯାଇଛି । ଗୁରୁବାର ରାତିରେ ଜମାଲପୁର ଗ୍ରାମରେ ଯାତ୍ରା ଚାଲିଥିବା ବେଳେ କାଳବୈଶାଖୀ ବର୍ଷା ଓ ପବନ ଯୋଗୁଁ ତାହା ଅଧାରୁ ବନ୍ଦ ହୋଇଯାଇଥିଲା । ଉକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କ ସହ ପଡୋଶୀ ଗ୍ରାମର ଅନ୍ୟ ଜଣଙ୍କର ପୂର୍ବ ବିବାଦକୁ ନେଇ ରାତି ପ୍ରାୟ ସାଢେ ଗୋଟାଏରେ ଗଣ୍ଡଗୋଳ ଘଟିଥିଲା । ପରେ ଏହା ଉଗ୍ରରୂପ ଧାରଣା କରିଥିଲା । ଏହାକୁ ନେଇ ଦୁଇଟି ବୋମାମାଡ ହୋଇଥିବା ସୂଚନା ମିଳିଛି । ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ସଦଳେବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.