କେଶଦୁରାପାଳ,୧୦/୧୦:କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ କେଶଦୁରାପାଳ ଗ୍ରାମର ହରିଶ୍ ବାରିକ୍ ନାସିକ ଠାରେ ଜବାନ ରୂପେ କାର୍ଯ୍ୟରତ ଥିବା ବେଳେ ସହିଦ ହୋଇଯାଇଛନ୍ତି । ସୂଚନାରୁ ପ୍ରକାଶ ବୁଧବାର ଦିନ ହରିଶ୍ କାର୍ଯ୍ୟରତ ଥିବା ଅବସ୍ଥାରେ ହୃଦଘାତର ଶିକାର ହୋଇ ଦେଶ ମାତୃକାର ପାଇଁ ଜୀବନ ହରାଇଛନ୍ତି । ଗୁରୁବାର ତାଙ୍କ ମରଶରୀର ବିମାନ ଯୋଗେ ଭୁବନେଶ୍ୱର ଆସିବା ପରେ,ସେଠାରୁ ନିଜ ମାତୃଭୂମି କେଶଦୁରାପାଳ ଗ୍ରାମ ଅଭିମୁଖେ ଆସିଥିଲ। ନିଜଗାଁ ରେ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ଆଣିଥଲେ ଗ୍ରାମ ପରିକ୍ରମା କରିବା ପରେ ଶ୍ରୀ ବାରିକଙ୍କ ମରଶରୀରକୁ ରେମାଳ ନଦୀ କୂଳରେ ଗାର୍ଡଅଫ ଅନର୍ ଦିଆଯାଇ ଗାଁ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଏହାକୁ ନେଇ ଘଷିପୁରା ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି । ଯାଇଥିବା ବେଳେ ହଜାର ହଜାର ଲୋକ ଉପସ୍ଥିତି ହୋଇଥିଲେ । ଏହି ଖବର ପାଇ ବରିଷ୍ଠ ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ, ଯୁବ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଯଜ୍ଞ ପ୍ରସାଦ ସାହୁ , ବିଜେପି ବିଧାୟକ ନେତା ଶମ୍ଭୁନାଥ ରାଉତ,ବିଜେଡି ନେତା ଦେବାଶିଷ ପାତ୍ର, ହରିହର ମିଶ୍ର,ଆକାଶ ରଥ, ପର୍ଶୁରାମ ମହାରଣାଙ୍କ ସହିତ ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ସହିଦଙ୍କ ପରିବାର ନିକଟରେ ପହଞ୍ଚି ସହିଦଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ସହିଦଙ୍କ ଶେଷଯାତ୍ରାରେ ସାମିଲ ହୋଇ ଶେଷ ଦର୍ଶନ କରିଥିଲେ।