ଜନ୍ମଦିନରେ ରକ୍ତଦାନ କଲେ ଅମୃତାଂଶୁ ।

0 391

ଭଞ୍ଜନଗର, ୨୩/୧୨(ପିପିଟି) : ନିଜର ବ୍ୟକ୍ତିଗତ ଉତ୍ସବରେ କିଛି ନିଆରା ପ୍ରୟାସ କରି ମହାନତାର ଉଦାହରଣ ଦେଇଛନ୍ତି ଅମୃତାଂଶୁ। ଭଞ୍ଜନଗର ପୁରୁଣା ବଜାର ସାହିର ଅମୃତାଂଶୁ ପ୍ରସାଦ।ସାଙ୍ଗସାଥିଙ୍କ ସହ ଜନ୍ମଦିନରେ ଆନନ୍ଦ ଉଲ୍ଲାସକୁ ପରିତ୍ୟାଗ କରି କେକ୍ ନ କାଟି ନିଜେ ରକ୍ତଦାନ କରିବା ସହ ବାପା ମା’ଙ୍କୁ ମଧ୍ୟ ନେଇ ଭଞ୍ଜନଗର ରକ୍ତ ଭଣ୍ଡାରରେ ରକ୍ତଦାନ କରାଇଛନ୍ତି।ତାଙ୍କ ଜନ୍ମଦିନରେ ଏଭଳି ମହାନ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି।ଅମୃତାଂଶୁ ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନର ଜଣେ ସଦସ୍ୟ ହୋଇଥିବାରୁ ସଦାସର୍ବଦା ସମାଜ ସେବା ପ୍ରତି ତାଙ୍କର ଆଗ୍ରହ ଥିବା କହିଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.