ଜନସାଧାରଣଙ୍କ ପାନୀୟ ଜଳ ସମସ୍ୟା ଦୂରୀକରଣ ପାଇଁ ବିଧାୟକ ପାଣ୍ଠିରୁ ପାଣି ଟାଙ୍କି ବଣ୍ଟନ

0 363

ଉଲୁଣ୍ଡା,୦୫/୦୩(ପିପିଟି): ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁର ବ୍ଳକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଧାୟକ ପଦ୍ମନାଭ ବେହେରାଙ୍କ ନେତୃତ୍ଵରେ ପାନୀୟ ଜଳ ସମସ୍ୟା ପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟକଙ୍କ ନିଜସ୍ୱ ପାଣ୍ଠିରୁ ୧ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟରେ ହିଲୁଙ୍ଗ, କମିରା, ଜଟେସିଂହl, ପିତାମହୁଲ ଓ ସୁବଳୟା ଗ୍ରାମପଞ୍ଚାୟତକୁ ୫ଟି ପାଣି ଟାଙ୍କି ବଣ୍ଟନ କରିଛନ୍ତି। ଆଗକୁ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଜନସାଧାରଣଙ୍କ ପାନୀୟ ଜଳର ସମସ୍ୟା ଦୂରୀକରଣ ପାଇଁ ବିଧାୟକ ପାଣି ଟାଙ୍କି ବଣ୍ଟନ କରିଛନ୍ତି । ଏହି ଅବସରରେ ବୀରମହାରାଜପୁର ପଂଚାୟତ ସମିତି ଅଧ୍ୟାକ୍ଷା ଶାନ୍ତି ଲୁହା, ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଗୋଷ୍ଠି ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆ, ସୁବଳୟା ସରପଞ୍ଚ ପ୍ରମୋଦ ମହାପାତ୍ର, ଜଟେସିଂହା ସରପଞ୍ଚ ସୁନିତା ପଧାନ, ହିଲୁଙ୍ଗ ସରପଞ୍ଚ ବନିତା ସେଠି,ପିତାମହୁଲ ସରପଞ୍ଚ ଆକସ୍ମିତା ବଢ଼େଇ, ଚମ୍ପମାଲ ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ, ବିଭିନ୍ନ ନିର୍ବାଚନ ପ୍ରତିନିଧି ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

(ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.