ଭଞ୍ଜନଗର, ୨୦/୧୨(ପିପିଟି):ଶାଳୁଆପଲ୍ଲୀ ପ୍ରକୃତି ଶିବିର ଠାରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଜଙ୍ଗଲ ଅଗ୍ନି ପ୍ରଶମନ ଓ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଦୁଇ ସହ ବନସଂରକ୍ଷକ ବିବେକ ଦାସ, ସ୍ମୃତି ରଞ୍ଜନ ସ୍ୱାଇଁଙ୍କ ସମେତ ବନାଞ୍ଚଳ ଅଧିକାରୀ ପୃଥ୍ୱୀରାଜ ପ୍ରଧାନ, ବିମ୍ବାଧର ସାହୁ ଓ ସୁଜାତା ରାଣୀ ପଣ୍ଡା, ଅବସର ପ୍ରାପ୍ତ ବନପାଳ ସୁରେଶ ଚନ୍ଦ୍ର ସ୍ୱାଇଁ, ପ୍ରଶାନ୍ତ କୁମାର ବେହେରା, ବିଭିଓ ସ୍ମୃତିରଞ୍ଜନ ବଳ ମଞ୍ଚାସିନ ହୋଇ ଜଙ୍ଗଲର ଉପକାରିତା ଓ ଜଙ୍ଗଲ ନିଆଁର ଭୟାବହତାକୁ କିଭଳି ଦୁରେଇ ହେବ ସେ ବିଷୟରେ ବିଷଦ ଭାବରେ ଆଲୋଚନା କରିଥିଲେ। ପ୍ପ୍ରାୟ ୫୦ଗୋଟି ଭିଏସଏସର ସଦସ୍ୟ, ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ।ସମସ୍ତ ବନପାଳ ଓ ବନରକ୍ଷୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ବନପାଳ ଜୀବାନନ୍ଦ ତ୍ରିପାଠୀ ଜଙ୍ଗଲ ସୁରକ୍ଷାକୁ ନେଇ ଶପଥ ପାଠ କରାଇଥିଲେ। ପ୍ରକଳ୍ପ ସଂଯୋଜକ ସନ୍ତୋଷ କୁମାର ଡ଼ାକୁଆ ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ- (ଜେ. କେ ପଟ୍ଟନାୟକ)