ଜଙ୍ଗଲରୁ ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ।

0 31

କନ୍ଧମାଳ,୧୬/୧୦(ପିପିଟି): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା କଡ଼ିପରି ଗାଁ ନିକଟ ଡଲାମୁଣ୍ଡା ଜଙ୍ଗଲରେ ଥିବା ଏକ ପାଟିଲି ଗଛରେ ଜଣେ ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ସେହି କଡିପାରି ଗାଁ ର କରୁଣାକର ମଲିକ । ପୋଲିସର ସୂଚନା ଅନୁସାରେ କରୁଣାକର ରବିବାର ସନ୍ଧ୍ୟାରେ ଗାଈ ଖୋଜିବାକୁ ଯାଇ ଘରକୁ ଫେରିନଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କଲାପରେ ମଧ୍ୟ ମୃତ ଯୁବକଙ୍କ କୌଣସି ସନ୍ଧାନ ମିଳିନଥିଲା । ତେବେ ସୋମବାର ସକାଳୁ ପୁଣି ପରିବାର ଲୋକଙ୍କ ସହ ଗ୍ରାମବାସୀ ଖୋଜାଖୋଜି କଲାପରେ ଗାଁ ପାଖ ଜଙ୍ଗଲ ରେଏକ ଗଛରେ ଯୁବକଙ୍କ ମୃତ ଦେହ ଝୁଲୁ ଥିବାର ଦେଖିବାକୁ ପାଇଥିଲେ । ପରେ ମୃତ ଯୁବକଙ୍କ ବଡ଼ଭାଇ ଗିରିଧାରୀ ମଳିକ ଗୋଛାପଡା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଏତଲା କୁ ଭିର୍ତ୍ତି କରି ଗୋଛାପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ତଦନ୍ତ ଜାରୀ ରଖିଥ‌ିବା ବିଷୟ ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ସୂଚନା ଦେଇଛନ୍ତି । ଅନ୍ୟପଟେ ପାରିବାରିକ କଳହ ରୁ ଯୁବକ ଜଣକ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ଦେଇଛି ।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.