ଜଗନ୍ନାଥ ପ୍ରସାଦ ବ୍ଲକରେ ଓଷ୍ଟାର ଶିଶୁଉତ୍ସବ ।

0 63

ଭଞ୍ଜନଗର, ୧୩/୧୨(ପିପିଟି ):ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ତରଫରୁ ଜଗନ୍ନାଥପ୍ରସାଦ ବ୍ଲକ ବିଜୁ ପଟ୍ଟନାୟକ ହାଇସ୍କୁଲ, ତlରସିଙ୍ଗି ଠାରେ ବ୍ଲକ ସଭାପତି ପ୍ରଶାନ୍ତ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଶିଶୁଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ଉପାଧ୍ୟକ୍ଷ ନୀଳାଞ୍ଚଳ ଖିଲାର, ସାଂସଦ ପ୍ରତିନିଧି, ମହେନ୍ଦ୍ର କୁମାର ପଣ୍ଡା,ଜିଲ୍ଳା ସଭାପତି ସନ୍ତୋଷ ଜେନା, ମୁଖ୍ୟ ଉପଦେଷ୍ଟା ଆଲୋଷ୍ଟା ଜଗବନ୍ଧୁ ଜେନା, ସୁବାସ ଚନ୍ଦ୍ର ତାରିଣୀ, ପ୍ରଶାନ୍ତ କୁମାର ସାହୁ, ଚିନ୍ତାମଣି ବିଷୋୟୀ, ବାଳକୃଷ୍ଣ ପାତ୍ର,ପିତାମ୍ବର ପାଢ଼ୀ, ଜିଲ୍ଳା ଯୁଗ୍ମ ସମ୍ପାଦକ ଯୋଗ ଦେଇ ଓଷ୍ଟlର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । ସମ୍ପାଦକ ପିତାମ୍ବର ପାଢ଼ୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଦ୍ୱାରା ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା ପତ୍ର ସହ ପୁରସ୍କୃତ କରାଯାଇଥିଲା । ଏଥିରେ ୧୫ଟି ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ବିଚାରକ ଭାବେ କୋଡିଏ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ପ୍ରଧାନଶିକ୍ଷକ ଶିବରାମ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.