ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ୟାଳୟ ୧୦ମ ଫଳାଫଳ ଶତ ପ୍ରତିଶତ ।

0 284

ମାଲକାନଗିରି,୦୩/୦୫(ପିପିଟି) :ଗତ କାଲି ୧୦ମ ବୋର୍ଡ ପରୀକ୍ଷା ଫଳ ଘୋଷଣା ହୋଇ ଯାଇଥିବା ବେଳେ ମାଲକାନଗିରି ବ୍ଳକ ସ୍ଥିତ ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ୟାଳୟ, ଏମଭି- ୭ ର ପରୀକ୍ଷା ଫଳ ଶତ ପ୍ରତିଶତହୋଇଛି। ଏହା ସହିତ ୪ ଜଣ ଛାତ୍ର ଏ (ୱାନ୍) ରେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟକୁ ଗୌରାବାନ୍ବିତ କରିଛନ୍ତି।ଏ (୧)ରେ ଛାତ୍ର ମାନେ ହେଲେ ଆକାଶ ମୁର୍ମୁ ୫୫୧ ମାର୍କ,ଶୁଭଜିତ ବାଚାର ୫୫୧ ମାର୍କ,ବାସୁଦେବ ମହୁରୀ ୫୪୬ ମାର୍କ, ଜୟ ମିସ୍ତ୍ରୀ ୫୪୦ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।।
ତେବେ ଚଳିତ ୧୦ମ ବୋର୍ଡ ପରୀକ୍ଷା ରେ ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ୟାଳୟ ରୁ ୨୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ ୨୫୦ ଜଣ ଉତ୍ତୀର୍ଣ୍ଣ ହୋଇ ଥିଲେ। ତନ୍ମଧ୍ୟରୁ ଏ (୧) ୪‌ ଜଣ,ଏ (୨) ୨୭ ଜଣ, ବି (୧) ୩୯ ଜଣ, ବି (୨) ୪୮ ଜଣ,ସି ୬୬ ଜଣ,ଡି ୫୬ ଜଣ ଏବଂ ଇ ୧୦ ଜଣ ଉତ୍ତୀର୍ଣ୍ଣ ହୋଇ ଥିବା
ପ୍ରଧାନ ଶିକ୍ଷକ ଏ ଈଶ୍ୱର ରାଓ ପ୍ରକାଶ କରିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.