ଆନନ୍ଦପୁର,୨୯/୦୫:ଘସିପୁରା ବ୍ଲକ ଅନ୍ତର୍ଗତ ତରୁଆଁ ପଞ୍ଚାୟତର ପାଟସୁରା ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କର ଶ୍ରୀବିଗ୍ରହ ପାଇଁ ଦାରୁଦେବତାଙ୍କ ପୁଜା ଆଧ୍ୟାତ୍ମିକ ପରିବେଶ ପାଳନ ହୋଇଯାଇଛି। ସୁଚନା ଅନୁସାରେ ଗଡ଼ବାନ୍ଧଗୋଡା ପଞ୍ଚାୟତର କଇଁସିଆରୀ ଗ୍ରାମରେ ଦାରୁଙ୍କ ସନ୍ଧାନ ମିଳିବାପରେ ପାଟସୁରା ଗ୍ରାମବାସୀମାନେ କଇଁସିଆରୀ ସ୍ଥିତ ସୁଆଁଳ ପୁରାତନ ମଧ୍ୟଇଂରାଜୀ ବିଦ୍ୟାଳୟ ପରିସରରେ ପହଞ୍ଚି ଦାରୁ(ନିମ୍ବଗଛ) କୁ ପୁଜା କାର୍ଯ୍ୟ ଓ ଯଜ୍ଞହୋମ କରାଯାଇ ଦାରୁ ଛେଦନ କରାଯାଇ ମନ୍ଦିରଙ୍କୁ ଦାରୁଙ୍କୁ ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ପୁଜକ କହ୍ନେଇ ମିଶ୍ର ପୁଜା କାର୍ଯ୍ୟ ତୁଲାଇଥିବା ବେଳେ ସୁଆଁଳ ଗ୍ରାମର ଶ୍ରଦ୍ଧାଳୁ ପ୍ରମୋଦ କୁମାର ଦେଓ ଓ ପାଟସୁରା ଗ୍ରାମର ଜଗନ୍ନାଥ ମନ୍ଦିରର ମୁଖ୍ୟ ଉଦୟନାଥ ମହାପାତ୍ର ପୂଜା ସଂକଳ୍ପ ରେ ବସିଥିଲେ। ଗ୍ରାମର ଗୌରଭକ୍ତଙ୍କ ଦ୍ଵାରା ଭଜନ ସଂକୀର୍ତ୍ତନ କରାଯାଇଥିଲା। ସମସ୍ତ ଭକ୍ତଙ୍କ ପାଇଁ ମହାପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପାଟସୁରା,ସୁଆଁଳ, ଭାଲୁକା, କଇଁସୀଆରୀ ଗ୍ରାମର ଶହଶହ ଆଧ୍ୟାତ୍ମିକ ଜଗନ୍ନାଥ ପ୍ରେମୀ ଯୋଗଦାନ କରି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଭକ୍ତିଭାବ ରେ ସହଯୋଗ କରିଥିଲେ ।