ଛାମୁଣ୍ଡା ରେ ହତ୍ୟା କାଣ୍ଡ – ନିଜେ ପୋଛିଦେଲା ନିଜ ସିନ୍ଦୁର !

0 300

ବେଳଗୁଣ୍ଠା,୦୫/୧୨(ପିପିଟି):ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଛାମୁଣ୍ଡା ଗ୍ରାମରେ ଆଜି ଗିଟିଏ ଜଘନ୍ୟ ହତ୍ୟ କାଣ୍ଡ ଘଟିଛି । ଧାରୁଆ ଅସ୍ତ୍ରରେ ସ୍ୱାମୀର ମୁଣ୍ଡକୁ ଆକ୍ରମଣ କରି ପତ୍ନୀ ହତ୍ୟା କରୁଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ସ୍ୱାମୀ ର ରକ୍ତ ଜୁଡୁବୁଡୁ ମୃତ୍ୟୁ ଦେହ ପଡିରହିଛି । ମୃତ ସ୍ୱାମୀ ହେଲେ ଛାମୁଣ୍ଡା ଗାଁ ବାରିସାହି ର କପିଳା ବେହେରା (୫୫)। ସୂଚନା ମୁତାବକ ସ୍ୱାମୀ ସ୍ତ୍ରୀ ଦୁହେଁ ବାହାର ରାଜ୍ୟରେ ରହି ଚା ବଗିଚାରେ କାମ କରୁଥିଲେ। ଗତକାଲି ଦୁହେଁ ନିଜ ଘରକୁ ଫେରିଥିଲେ। ସ୍ୱାମୀ ମଦ ପିଇବା ପାଇଁ ସ୍ତ୍ରୀ ଙ୍କୁ ଟଙ୍କା ମାଗିବାରୁ ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିଲା। ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଚାଲିଥିବା ସାହିବାସୀନ୍ଧା କହିଛନ୍ତି । ସକାଳ ପ୍ରାୟ ୧୦ ଟା ପରେ ଖବରପାଇ ଘଟଣା ସ୍ଥଳରେ ଜଗନ୍ନାଥପ୍ରସାଦ ପୋଲିସ ପହଂଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ସମୟରେ ଟଣା ଓଟରା ହୋଇଥିଲା ସେହି ସମୟରେ ସ୍ୱାମୀ କପିଳା ତଳେ ପଡିଯାଇଥିଲେ ଓ ତାଙ୍କ ମୁଣ୍ଡ ଫାଟିବା ପରେ ମୃତ୍ୟୁ ଘଟିଥିବା ତାଙ୍କ ସ୍ତ୍ରୀ ପୁଲିସକୁ କହିଥିବା ପୁଲିସ ସୂଚନା ଦେଇଛି । ସ୍ତ୍ରୀ ଅହଲ୍ୟା କୁ ପୁଲିସ ଅଟକ ରଖି ଅଧିକ ପଚରାଉଚରା କରୁଛି ସେମାନଙ୍କ ଚାରି ବର୍ଷର ଏକ ପୁତ୍ର ସନ୍ତାନ ସମ୍ପର୍କୀୟଙ୍କ ଘରେ ରହିଥିବା ସୂଚନା ମିଳିଛି । ତେବେ କାହିଁକି ଓ କେଉଁ ପରିସ୍ଥିତିରେ ହାତ ଧରି ସାତଜନ୍ମ ପାଇଁ ସାଥି ହୋଇ ରହିବା କୁ ଶପଥ କରିଥିବା ପତ୍ନୀ ନିଜ ହାତରେ ନିଜ ସିନ୍ଦୁର ପୋଛିଦେଲା ତାହା ଅଧିକ ତଦନ୍ତ ପରେ ହିଁ ଜଣାଯିବ । ଅଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ରିପୋର୍ଟ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.