ପୋଲସରା,୩୦/୦୬(ପିପିଟି):ଛାତ୍ର ସଂସଦ ନିର୍ବାଚନ ହେବା ଉଚିତ୍ ବୋଲି ବୁଗୁଡ଼ା ଅଞ୍ଚଳର ଛାତ୍ର ନେତା ରାକେଶ ଜେନା କହିଛନ୍ତି । ୨୦୧୮ ରୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ଛାତ୍ର ନେତୃତ୍ଵ ଭ୍ରୁଣ ହତ୍ୟା କରିଥିଲେ ସରକାର । ଚଳିତ ବର୍ଷ ନିର୍ବାଚନ ହେଲେ ସାରା ରାଜ୍ୟ ସହ ବୁଗୁଡ଼ାରେ ମଧ୍ୟ ବହୁ ଦିନପରେ ଛାତ୍ର ସଂସଦ ନିର୍ବାଚନ ହେବ ।
ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା