ସୁବର୍ଣ୍ଣପୁର ,୨୪/୦୭(ପିପିଟି) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସୁବର୍ଣ୍ଣପୁର ତରଫରୁ ଆଜି ଏକ ସାମ୍ବାଦିକ ସମ୍ବିଳନୀ ମାଧ୍ୟମରେ ରେ ଛାତ୍ର ସଂସଦ ନିର୍ବାଚନ ନେଇ ଦାବି ଉପସ୍ଥାପନା କରାଯିବା ସହ ସୁବର୍ଣ୍ଣପୁର ଜିଲ୍ଲା ରେ ଏବିଭିପି ର ସଦସ୍ୟତା ସଂଗ୍ରହ ବିଷୟରେ ସୂଚନା ଦିଆଯାଇଛି l ଏବିଭିପି ଦୀର୍ଘ ୭୬ ବର୍ଷ ଧରି ଶିକ୍ଷା ଏବଂ ସାମାଜିକ କ୍ଷେତ୍ର ରେ କାମ କରିଆସୁଅଛି l ପ୍ରତି ଶିକ୍ଷା ବର୍ଷ ରେ ନୂତନ ବିଦ୍ୟାର୍ଥୀ ମାନଙ୍କୁ ଏବିଭିପି ସହ ଯୋଡିବା ପାଇଁ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ସଦସ୍ୟତା ଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି l ଚଳିତ ଶିକ୍ଷା ବର୍ଷ ରେ ଏବିଭିପି ସୁବର୍ଣ୍ଣପୁର ଜିଲ୍ଲା ରେ ୪୦୦୦ ସଦସ୍ୟତା ଗ୍ରହଣ କରାଯିବାର ଲକ୍ଷ୍ୟ ରଖାଯାଇଛି l ବିଭିନ୍ନ ମହାବିଦ୍ୟାଳୟ ରେ ପହଂଚି ଏବିଭିପି ତାର ସଦସ୍ୟତା ଆରମ୍ଭ କରିସାରିଛି l ଜୁଲାଇ ୧୮ ରୁ ଅଗଷ୍ଟ ୨୦ ଯାଏଁ ଏହି ଅଭିଯାନ ଜାରି ରହିବ l ବିଭିନ୍ନ କ୍ଷେତ୍ର ରେ ରୁଚି ରଖୁ ଥିବା ବିଦ୍ୟାର୍ଥୀଙ୍କୁ ଯୋଡିବା ପାଇଁ ମହାବିଦ୍ୟାଳୟ ସ୍ତର ରେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି l ସେହିଭଳି ଦୀର୍ଘ ୬ ବର୍ଷ ଧରି ଛାତ୍ର ସାଂସଦ ନିର୍ବାଚନ ବନ୍ଦ ଥିବାରୁ ମହାବିଦ୍ୟାଳୟ ରେ ଅନେକ ସମସ୍ୟା ରହିଛି l ରାଜ୍ୟ ରେ ହଜାର ହଜାର ଅଧ୍ୟାପକ ଙ୍କ ମରୁଡି କଲେଜ ମାନଙ୍କରେ ରହିଛି l ଆହୁରି ଅନେକ ମୋୖଳିକ ସମସ୍ୟା ରହିଥିବା କଲେଜ ମାନଙ୍କ ର ସମାଧାନ ପାଇଁ ସରକାରଙ୍କ ଠାରେ ଦାବି ଉପସ୍ଥାପନ ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା l ଏହିପରି ଅନେକ ସମସ୍ୟା ର ସମାଧାନ ପାଇଁ ଛାତ୍ର ସଂସଦ ନିର୍ବାଚନ ନିହାତି ଜରୁରୀ l ଏଥି ସହିତ ଏବିଭିପି ର ପ୍ରତ୍ୟେକ କ୍ୟାମ୍ପସ ରେ ହେଲ୍ପ ଡେସ୍କ, ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ, ମହାବିଦ୍ୟାଳୟ ରେ ଥିବା ସମସ୍ୟା ର ସମାଧାନ ପାଇଁ ଏବିଭିପି କାର୍ଯ୍ୟ କରିବ l ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ମଧ୍ୟ ଖୁସି ର ଲହର ଦେଖିବାକୁ ମିଳୁଛି l ବ୍ୟକ୍ତି ର ବିକାଶ ପାଇଁ ଛାତ୍ର ସଂସଦ ନିର୍ବାଚନ ଆବଶ୍ୟକତା ରହିଛି ଏବଂ ଛାତ୍ର ସଂସଦ ନିର୍ବାଚନ ହେଲେ ମହାବିଦ୍ୟାଳୟ ମାନଙ୍କ ରେ ଥିବା ସମସ୍ୟା ର ସମାଧାନ ହୋଇପାରିବ l ଏହି ସାମ୍ବାଦିକ ସମ୍ମିଳନୀରେ ଏବିଭିପି ଓଡିଶା ର ସେବାର୍ଥେ ବିଦ୍ୟାର୍ଥୀ ର ରାଜ୍ୟ ସଂଯୋଜକ ଶୁଭମ ପ୍ରସାଦ ମିଶ୍ର,ସୁବର୍ଣ୍ଣପୁର ଜିଲ୍ଲା ସହ ପ୍ରମୁଖ ପ୍ଲାବନ ମହାପାତ୍ର, ଜିଲ୍ଲା ସହ ସଂଯୋଜକ ରାଜେଶ ଜେନା ଏବଂ ବିଭାଗ ସୋସିଆଲ ମିଡ଼ିଆ ସଂଯୋଜକ ସୁମନ୍ତ ଜଗଦଳା ପ୍ରମୁଖ ଉପସ୍ଥିତ ଥିଲେ l
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ