ଛାତ୍ରବୃତ୍ତି ଟଙ୍କା ହଡପ ନେଇ ଅଭିଭାବକ ଅଭିଯୋଗ ।

0 276

ସିମୁଳିଆ,୧୯/୦୯:ଖଜୁରେଶ୍ବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାଡୁଳିର ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ଅର୍ଥ ଓ କମ୍ପୋଜିଟ ଟଙ୍କାକୁ ହଡ଼ପ ନେଇ ପୂର୍ବରୁ ବିଦ୍ୟାଳୟର କାର୍ଯ୍ୟରତ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଅଭିଯୋଗ ଏବଂ ସାମ୍ବାଦିକ ସମ୍ମିଳନୀ ଗ୍ରାମବାସୀ, ପରିଚାଳନା କମିଟି ଓ ପୁରାତନ ଛାତ୍ର ସଂସଦ କରିଥିବା ଜଣାଯାଇଛି । ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଳକ ଅଧୀନରେ ଥିବା କହ୍ନେଇବିନ୍ଧା ପଞ୍ଚାୟତର ବାଡୁଳି ଗ୍ରାମର ଅବସ୍ଥିତ ଖଜୁରେଶ୍ବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨୦୧୬ ମସିହାରୁ ୨୦୨୩ ମସିହା ପର୍ଯ୍ୟନ୍ତ ମୁରଲୀଧର ମଳିକ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ବିଦ୍ୟାଳୟର ପରିଚାଳନା କମିଟି, ପୁରାତନ ଛାତ୍ର ସଂସଦ, ଅଭିଭାବକ ଏବଂ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଶ୍ରୀ ମଳିକ ୨୦୨୦/୨୧ଶିକ୍ଷା ବର୍ଷରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତିକୁ ହଡପ କରିବା, କମ୍ପୋଜିଟ ଟଙ୍କାକୁ କୌଣସି କାମ ନ କରି ଜାଲିଆତି କରି ଆତ୍ମସାତ କରିବା, ସମ୍ପାଦକଙ୍କ ଜାଲ ଦସ୍ତଖତ କରି ସ୍କୁଲ ଏକାଉଣ୍ଟରୁ ଟଙ୍କା ହଡ଼ପ କରିବା ଏତଦବ୍ୟତୀତ ଏହି ଶିକ୍ଷକଙ୍କ ପୁନର୍ବାର ଅବସ୍ଥାପିତ ନେଇ ଗୋଷ୍ଠୀ ଶିକ୍ଷାଧିକାରୀ, ଜିଲାପାଳ,ଜିଲ୍ଲା ଶିକ୍ଷାଧିକାରୀ, ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀଙ୍କୁ ଜଣାଇଥିଲେ । ମାତ୍ର ଏପର୍ଯ୍ୟନ୍ତ ଉକ୍ତ ପ୍ରଧାନ ଶିକ୍ଷକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା ପ୍ରତିବାଦରେ ଆଜି ବାଡୁଳି କମ୍ୟୁନିଟି ସେଣ୍ଟରରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଯଦି ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଏ ସଂକ୍ରାନ୍ତରେ ପ୍ରଧାନ ଶିକ୍ଷକ ମୁରଲୀଧର ମଳିକଙ୍କୁ ପଚାରିବାରୁ ତାଙ୍କ ଦେହ ଅସୁସ୍ଥ ଥାଇ ଛୁଟିରେ ଥିବା ବେଳେ ସହକାରୀ ଶିକ୍ଷକ ହେରଫେର କରି ତାଙ୍କ ଉପରେ ଦୋଷ ଲଦିବା ଏବଂ ରାଜନୈତିକ ଆକ୍ରୋଶ ରଖି ମିଛରେ ଛନ୍ଦି ଦିଆ ଯାଇଛି । ଏ ସଂକ୍ରାନ୍ତରେ ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ଅଜୟ କୁମାର ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ଅଭିଯୋଗ ପାଇଛନ୍ତି ଯଦି ଛାତ୍ରବୃତ୍ତିରେ ଟଙ୍କା ହଡ଼ପ ହୋଇଥାଏ ତାହେଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରକାଶ କରିଥିଲେ ।

Leave A Reply

Your email address will not be published.