ଭଞ୍ଜନଗର, ୦୭/୦୩(ପିପିଟି):ଭଞ୍ଜନଗର ଶ୍ରୀରାମ ନଗର ସ୍ଥିତ ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଇନା ଭୁବନେଶ୍ୱର, ସମ୍ଭବ ରୋହିବାଙ୍କ, ସ୍ନେହା ଫାଉଣ୍ଡେସନ ନେଟୱାର୍କ ଏବଂ ଓଡିଶା ସରକାରଙ୍କ ସହଯୋଗରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କ କର୍ଣ୍ଣ, ନାସା ଓ ଗଳାର ପରୀକ୍ଷା କରାଯାଇଥିଲା।ଏଥିସହ ଅଡିଓଲୋଜିଷ୍ଟ କାର୍ତ୍ତିକେଶ୍ୱର ଜେନା ସ୍ୱାସ୍ଥ୍ୟ ସଚେତନତା ଉପରେ ଆଲୋଚନା କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ଶତପଥି ଓ ସମସ୍ତ ଗୁରୁଜୀ ଗୁରୁମା ମାନେ ଉକ୍ତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ରିପୋର୍ଟ- (ଜେ.କେ ପଟ୍ଟନାୟକ)