ଛତ୍ରପୁର ବ୍ଲକର ତିନିଜଣ ଶିକ୍ଷକ ୬ ମାସ ବିଦ୍ୟାଳୟରେ ଅନୁପସ୍ଥିତ ରହି ନିୟମିତ ଦରମା ପାଇଛନ୍ତି ।

0 414

ବ୍ରହ୍ମପୁର,୧୨/୦୯(ପିପିଟି): ଗଞ୍ଜାମ ଜିଲ୍ଲାରେ ଶିକ୍ଷା ବ୍ଯବସ୍ଥା ଭୁଷୁଡ଼ିଯାଇଛି । ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କ କାର୍ଯ୍ଯକଳାପ ସନ୍ଦେହ ଜନକ। ସୂଚନା ତଥ୍ଯ ଲୁଚାଇବ ପାଇଁ ବିଇଓ ଶ୍ରୀ ପାତ୍ର ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ପ୍ରଥମେ ଛତ୍ରପୁର ବିଇଓ କାର୍ଯ୍ଯାଳୟକୁ ସୂଚନା ତଥ୍ଯରେ ମଗା ଯାଇଥିଲା ତା- ୦୧/୦୧/୨୦୨୩ ଠାରୁ ତା- ୩୦/୦୬/୨୦୨୩ ମଧ୍ଯରେ କେତେ ଜଣ ଶିକ୍ଷକ ବିଇଓ କାର୍ଯ୍ଯାଳୟକୁ ଡେପୁଟେସନରେ ଯାଇଛନ୍ତି। ବିଇଓ କାର୍ଯ୍ଯାଳୟର ସୂଚନା ତଥ୍ଯ ଚିଠି ନମ୍ବର ୧୫୨୮, ତା- ୦୪/୦୮/୨୦୨୩ ଜଣାପଡିଲା ଉକ୍ତ ସମୟ ମଧ୍ଯରେ ଡେପୁଟେସନ ପାଇଁ କୌଣସି ଶିକ୍ଷକଙ୍କୁ ଆଦେଶନାମା ଦିଆଯାଇ ନାହିଁ। ଆଲୋକ କୁମାର ସେଠୀ,ୟୁପିଏସ୍,କାଳିପଲ୍ଲୀ, ଚନ୍ଦ୍ର ଶେଖର ପ୍ରଧାନ, ୟୁପିଏସ୍, ଡି.ବ୍ରହ୍ମପୁର, କୈଳାଶ ଚନ୍ଦ୍ର ପଣ୍ଡା,ୟୁଜିଏଚଏସ,ନୋଳିଆ ନୂଆଗାଁ ଏହି ତିନିଜଣ ଶିକ୍ଷକ ତା-୦୧/୦୧/୨୦୨୩ ଠାରୁ ତା- ୩୦/୦୬/୨୦୨୩ ପର୍ଯ୍ୟନ୍ତ ବିଦ୍ଯାଳୟରେ ଅନୁପସ୍ଥିତ ଥିବା ବିଇଓ କାର୍ଯ୍ଯାଳୟ ସୂଚନା ତଥ୍ଯ ଚିଠି ନମ୍ବର ୧୭୭୯,ତା-୦୨/୦୯/୨୦୨୩ରୁ ଜଣାପଡିଛି। ଶିକ୍ଷକ କୈଳାଶ ଚନ୍ଦ୍ର ପଣ୍ଡାଙ୍କ ସ୍କୁଲ ଶିକ୍ଷକ ଉପସ୍ଥାନ ଅନୁପସ୍ଥିତ ଥିବା ଜଣାପଡିଥିବା ବେଳେ ଶିକ୍ଷକ ଚନ୍ଦ୍ର ଶେଖର ପ୍ରଧାନ ଓ ଶିକ୍ଷକ ଆଲୋକ କୁମାର ସେଠୀ ସ୍କୁଲ ଉପସ୍ଥାନ ଖତାରେ ଡେପୁଟେସନ ବିଇଓ କାର୍ଯ୍ଯାଳୟ ବୋଲି ଉଲ୍ଲେଖ ରହିଛି। ତିନିଜଣ ଶିକ୍ଷକ ୬ ମାସ ଧରି କୁଆଡେ ଯାଇଥିଲେ ? ଅନୁପସ୍ଥିତ ରହି ଦରମା ପାଇଲେ କେମିତି ? ଏହି ଘଟଣାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସିଆରସିସି ଓ ବିଇଓଙ୍କ ସଂପୃକ୍ତି ଥିବା ନେଇ ସନ୍ଦେହ ସୃଷ୍ଟି ହେଉଛି ବୋଲି ସାମାଜିକ କର୍ମୀ ସମରଜିତ୍ ମହାନ୍ତି କହିଛିନ୍ତି। ତିନିଜଣ ଶିକ୍ଷକ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହି ନିୟମିତ ଦରମା ପାଇବା ଘଟଣାର ତଦନ୍ତ ପାଇଁ ସାମାଜିକ କର୍ମୀ ଶ୍ରୀ ମହାନ୍ତି ଶିକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ ଓ ମୁଖ୍ଯମନ୍ତ୍ରୀଙ୍କ ଦୃଷି ଆକର୍ଷଣ କରିଛନ୍ତି।

Leave A Reply

Your email address will not be published.